Tag Archives: Home Middle

କରୋନା ସଂକ୍ରମଣ ରୋକିବ ହୋମିଓପ୍ୟାଥି ଔଷଧ ‘ଆର୍ସେନିକ୍‌ ଅଲବୁମ୍‌-୩୦’: ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଡଭାଇଜରି ଜାରି

ଜୟପୁର,୩।୨: ସାରା ପୃଥିବୀରେ କରୋନା ଭୁତାଣୁ ସଂକ୍ରମଣ ନେଇ ଆତଙ୍କ ଖେଳି ଯାଇଛି। ଇତିମଧ୍ୟରେ ଭାରତର କେରଳରେ ୨ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ସେହିପରି ପଶ୍ଚିମବଙ୍ଗରେ ୮ ସନ୍ଦିଗ୍ଧଙ୍କୁ ଚିହ୍ନ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି...

ପୃଥିବୀର ୨୮ ଦେଶରେ ୧୬,୭୮୧ କରୋନା ସଂକ୍ରମିତ: ଭାରତରେ ୩

ନୂଆଦିଲ୍ଲୀ/ବେଜିଂ,୩।୨: ପୃଥିବୀର ୨୮ଟି ଦେଶରେ କରୋନା ଭୁତାଣୁ ଆତଙ୍କରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ଭୁତାଣୁ ଦ୍ୱାରା ଚାଇନାରେ ସର୍ବାଧିକ ୧୬ ହଜାର ୬ ଶହ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସେହିଭଳି ଚାଇନା ପଛକୁ ସଂକ୍ରମିତଙ୍କ ତାଲିକାରେ ଜାପାନ...

କରୋନା ମହାମାରୀ ବେଲଗାମ: ମୃତ୍ୟୁ ସଂଖ୍ୟା ୩୬୧ ଛୁଇଁଲା;୨୪ ଘଣ୍ଟାରେ ୨୦୧୩ ଜଣ ସଂକ୍ରମିତ

ବେଜିଂ,୩।୨: ଚାଇନାର ବୁହାନରେ କରୋନା ମହାମାରୀ ବେଲଗାମ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ଭୁତାଣୁ ସଂକ୍ରମଣରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୁତାଣୁ ଯୋଗୁ...

ଖୁସି ନୁହନ୍ତି ମଧ୍ୟବିତ୍ତ

ନୂଆଦିଲ୍ଲୀ,୩ା୨(ଆଇଏଏନ୍‌ଏସ୍‌): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ୩୦ ଲକ୍ଷ ୪୨ ହଜାର ୨୩୦ କୋଟି ଟଙ୍କାର ଏହି ବଜେଟରେ କେନ୍ଦ୍ର ସରକାର...

ଭୟଙ୍କର ହେଉଛି ‘କରୋନା’: ଓଡ଼ିଶାର ୪ ନମୁନା ନେଗେଟିଭ୍‌

ଭୁବନେଶ୍ୱର,୩ା୨(ବ୍ୟୁରୋ): ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନାକୁ ନେଇ ଏବେ ବିଶ୍ୱରେ ଭୟ ଓ ଆତଙ୍କ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭୂତାଣୁ ଭାରତକୁ ଡେଇଁଥିବାବେଳେ କେରଳରେ ଆଉ ଗୋଟିଏ ନମୁନା ପଜିଟିଭ୍‌ ବାହାରିଛି। ଏହା ଜଣାପଡିବା ପରେ ଦେଶବ୍ୟାପୀ...

ପୁଣି ଚିଲିକାରେ ବୁଡିଗଲା ଡଙ୍ଗା: ୫ ଗୁରୁତର

ବାଲୁଗାଁ,୨।୨(ଡି.ଏନ.ଏ.): ପୁଣି ଚିଲିକାରେ ଡଙ୍ଗା ବୁଡିଛି। ରବିବାର ୨୫ ଜଣ ଯାତ୍ରୀ କାଳିଜାଇ ଦର୍ଶନ ସାରି ଡଙ୍ଗାରେ ଫେରୁଥିବାବେଳେ ଚିଲିକା ମଝିରେ ଡଙ୍ଗାଟି ବୁଡିଯାଇଥିଲା। ଫଳରେ ସେଥିରେ ଥିବା ଯାତ୍ରୀଙ୍କୁ ଅନ୍ୟ ମତ୍ସ୍ୟଜୀବୀ ଡ଼ଙ୍ଗାରେ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ...

ଲାଲ୍‌ଚୌକରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୨।୨: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ପୁଣିଥରେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ରବିବାର ଶ୍ରୀନଗର ଲାଲ୍‌ଚୌକଠାରେ ମୁତୟନ ଥିବା ସିଆର୍‌ପିଏଫ୍‌ ସି-୧୭୧ ବାଟାଲିୟନ୍‌ ଯବାନଙ୍କ ଉପରେ ଗ୍ରେନେଡ୍‌ ମାଡ଼ କରାଯାଇଛି। ଏଥିରେ ୨ ଜଣ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଥିବାବେଳେ ଅନ୍ୟ ୨...

କଂଗ୍ରେସ ଜାରି କଲା ଘୋଷଣା ପତ୍ର: ବେକାର ଯୁବବର୍ଗଙ୍କୁ ମାସିକ ୫୦୦୦ରୁ ୭୫୦୦ ଟଙ୍କା ଭତ୍ତା

ନୂଆଦିଲ୍ଲୀ,୨।୨: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଏହାର ଘୋଷଣା ପତ୍ର ଜାରି କରାଯାଇଛି। ସମସ୍ତଙ୍କୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇବା ପାଇଁ କଂଗ୍ରେସ ଏହାର ଘୋଷଣା ପତ୍ରରେ ସୂଚନା ଦେଇଛି।...

ରବି ସିଂଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ

ଭୁବନେଶ୍ୱର,୨।୨(ବ୍ୟୁରୋ): ବିପ୍ଲବୀ କବି ରବି ସିଂଙ୍କ ପରଲୋକକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପ୍ଲବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ...

ଦାବିନ୍ଦରଙ୍କ ଆତଙ୍କବାଦୀ ଲିଙ୍କ୍‌: ଜମ୍ମୁ-କଶ୍ମୀରରେ ଏନ୍‌ଆଇଏ ଚଢ଼ାଉ

ଶ୍ରୀନଗର,୨।୨: ଡିଏସ୍‌ପି ଦାବିନ୍ଦର ସିଂଙ୍କ ଆତଙ୍କବାଦୀ ଲିଙ୍କ୍‌ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଏନ୍‌ଆଇଏ ପକ୍ଷରୁ ଜମ୍ମୁ-କଶ୍ମୀରର କେତେକ ସ୍ଥାନରେ ରବିବାର ଚଢ଼ାଉ କରାଯାଇଛି। କିଛି କାର୍ଯ୍ୟାଳୟ ଏବଂ ଘରୋଇ ଅଞ୍ଚଳରେ ଏନ୍‌ଆଇଏ ପକ୍ଷରୁ ଚଢ଼ାଉ କରାଯାଇଥିବା କୁହାଯାଉଛି।...

ପରଲୋକରେ ବିପ୍ଳବୀ କବି ରବି ସିଂ

କଟକ ଅଫିସ,୨।୨: ବିପ୍ଳବୀ କବି ରବି ସିଂଙ୍କ ପରଲୋକ ଘଟିଛି। କଟକସ୍ଥିତ ଖପୁରିଆ ବାସଭବନରେ ରବିବାର ଭୋର ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ...

ଭାରତ-ବାଂଲାଦେଶ ମିଳିତ ସମରାଭ୍ୟାସ: ସମ୍ପ୍ରିତି-୯

ଶିଲଂ,୨।୨: ଭାରତ-ବାଂଲାଦେଶ ମଧ୍ୟରେ ମିଳିତ ସମରାଭ୍ୟାସ ସମ୍ପ୍ରିତି-୯ ସୋମବାରଠାରୁ ଆରମ୍ଭ ହେବ। ମେଘାଳୟର ଶିଲଂସ୍ଥିତ ଉମରୋଇ କ୍ୟାଣ୍ଟନମେଣ୍ଟ୍‌ରେ ଏହି ମିଳିତ ସମରାଭ୍ୟାସ ଅନୁଷ୍ଠିତ ହେବ। ଆତଙ୍କବାଦୀଙ୍କ ବିରୋଧ କିଭଳି ଉନ୍ନତ ଧରଣର ସର୍ଚ୍ଚ ଅପରେଶନ୍‌ କରାଯିବ ସେ ସମ୍ପର୍କରେ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri