Tag Archives: Home Middle

ଆମେରିକା, ଇରାନ ଯୁଦ୍ଧମୁହାଁ

ଓ୍ବାଶିଂଟନ/ତେହେରାନ,୪ା୧ (ପି.ଟି./ଏଏଫ୍‌ପି): ଦୁଇ ଶତ୍ରୁଙ୍କ ମଧ୍ୟରେ କୁହୁଳୁଥିବା ବିବାଦ ଶେଷରେ ନିଆଁ ହୋଇ ଭୟାବହ ରୂପ ଧାରଣ କରିଛି। ଆମେରିକାର ରକେଟ ମାଡ଼ରେ ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହୋଇଛନ୍ତି। ବିଦେଶରେ ଆମେରିକୀୟ ସୈନ୍ୟଙ୍କ...

ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ୪ ଯବାନ ଆହତ

ଶ୍ରୀନଗର,୩।୧: ଜମ୍ମୁ-କଶ୍ମୀରରେ ଏକ ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଲ୍ୟୁଟ୍‌ନାଣ୍ଟ୍‌ଙ୍କ ସମେତ ୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜୌରୀ ଜିଲାର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନଙ୍କ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ଏଭଳି ଘଟିଥିବା...

ଇସାରା ମିଳିଲେ ପିଓକେ ଉପରେ ଆକ୍ରମଣ ପାଇଁ ଭାରତୀୟ ସେନା ପ୍ରସ୍ତୁତ: ନରାଓ୍ବଣେ

ନୂଆଦିଲ୍ଲୀ,୩।୧: ଇସାରା ମିଳିଲେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ। ଏନେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଭାରତୀୟ ସେନା ଯେ କୌଣସି ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ...

ସିଏଏ ନେଇ ଗର୍ଜିଲେ ଶାହ: ଆବଶ୍ୟକ ପଡ଼ିଲେ ରାହୁଲଙ୍କ ପାଖକୁ ପଠାଯିବ ଇଟାଲୀ ଭାଷାରେ ଅନୁବାଦ

ଯୋଧପୁର,୩।୧: ସିଏଏ ନେଇ ଭାଜପା ପଛକୁ ହଟିବନି। ରାହୁଲ ଗାନ୍ଧୀ ଏସମ୍ପର୍କରେ ସମ୍ପୂର୍ଣ୍ଣ ଜାଣି ନାହାଁନ୍ତି। ତେଣୁ ସେ ଏହାର ବିରୋଧ କରୁଛନ୍ତି। ଆବଶ୍ୟକ ପଡ଼ିଲେ ରାହୁଲଙ୍କ ପାଖକୁ ଏହାର ଇଟାଲୀ ଭାଷାରେ ଅନୁବାଦ ପଠାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ଗ୍ରାମୀଣ ବିକାଶରେ ଜ୍ଞାନକୌଶଳର ଉପଯୋଗ ଜରୁରୀ: ମୋଦି

ବେଙ୍ଗାଲୁରୁ, ୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କର୍ନାଟକ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ସମ୍ମିଳନୀରେ ଯୋଗଦେଇ ଗ୍ରାମୀଣ ବିକାଶରେ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜ୍ଞାନକୌଶଳ ଉପଯୋଗକୁ ବ୍ୟାପକ...

ଆସାମରେ ଏନ୍‌ଆର୍‌ସି ପରେ ୨ ମାସରେ ଘର ବାହୁଡ଼ିଛନ୍ତି ୪୪୫ ବାଂଲାଦେଶୀ

ଢ଼ାକା,୩।୧: ଆସାମରେ ଜାତୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ପ୍ରକାଶ ପାଇବା ପରେ ଗତ ୨ ମାସ ମଧ୍ୟରେ ୪୪୫ ବାଂଲାଦେଶୀ ଘର ବାହୁଡ଼ିଛନ୍ତି। ଏନେଇ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଭାରତ-ବାଂଲାଦେଶ ସୀମାରେ ୩ଶହ ଲୋକଙ୍କୁ...

ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ

ଭୁବନେଶ୍ୱର, ୩।୧(ବ୍ୟୁରୋ): ରାଜ୍ୟବ୍ୟାପୀ ପକ୍ଷୀଗଣନା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ବନଖଣ୍ଡ ଏବଂ ଜଳାଶୟରେ ପକ୍ଷୀଗଣନା କରାଯାଉଛି। ଗଣନାରେ ୨୫ରୁ ଊର୍ଦ୍ଧ୍ୱ ଟିମ୍‌ ଏବଂ ହଜାରେରୁ ଅଧିକ ସଦସ୍ୟ ସାମିଲ ଅଛନ୍ତି। ଅନୁଗୋଳର ସାତକୋଶିଆରେ ୧୦ଟି ଟିମ୍‌ ନିୟୋଜିତ...

ଆଜି ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ

ପାରାଦୀପ, ୩।୧ (ସ୍ବ.ପ୍ର.) ପୂର୍ବ କ୍ଷେତ୍ରର ପ୍ରବେଶପଥ କୁହାଯାଉଥିବା ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଶୁକ୍ରବାର ପାଳନ କରିବ ପ୍ରତିଷ୍ଠା ଦିବସ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଏହି ଅବସରରେ ପାରାଦୀପ ପୋର୍ଟର ଗୋପବନ୍ଧୁ ଗ୍ରୀଡ୍‌...

ବସ-ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ମୃତ, ୨୮ ଗୁରୁତର

ଭଦ୍ରକ ଅଫିସ, ୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟଛି। ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ୨୮ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ...

ଦୈତନଗରୀରେ ପ୍ରତିଷ୍ଠା ହେବ ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ : ଡିଜିପି

ଭୁବନେଶ୍ୱର, ୨ା୧(ବ୍ୟୁରୋ): ତ୍ୱରିତ ଓ ସମନ୍ବିତ ସେବା ଯୋଗାଇବା ସହରାଞ୍ଚଳ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ କଟକ ଓ ଭୁବନେଶ୍ୱର ଦୈତନଗରୀରେ ପ୍ରତିଷ୍ଠା ହେବ ୟୁନିଫାଏଡ୍‌ କଣ୍ଟ୍ରାଲ ରୁମ୍‌। ଏହା ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇବାରେ...

ମୋଦିଙ୍କ ନୂଆବର୍ଷ ଭେଟି: ୬ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା କିଷାନ୍‌ ସମ୍ମାନ ନିଧି ଯୋଜନାର ତୃତୀୟ କିସ୍ତି

ବେଙ୍ଗାଲୁରୁ,୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷର ଦ୍ୱିତୀୟ ଦିନରେ ଦେଶର ୬କୋଟି ଚାଷୀଙ୍କୁ ଭେଟି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି ଯୋଜନାର ତୃତୀୟ କିସ୍ତିକୁ ଡିଜିଟାଲ ଦେଣନେଣ ମାଧ୍ୟମରେ ସେ କର୍ନାଟକର ଟୁକମାରଠାରେ ଆୟୋଜିତ ଏକ ସାଧାରଣ ସଭାରେ...

ନାଗରିକତ୍ୱ ପ୍ରମାଣ ଲୋଡୁଥିବା ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ପାଖରେ ବି ନାହିଁ ନିଜର ଶିକ୍ଷା ଡିଗ୍ରୀର ପ୍ରମାଣ: ସୀତାରାମ ୟେଚୁରୀ

ନୂଆଦିଲ୍ଲୀ,୨।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ନେଇ ସିପିଆଇ ମହାସଚିବ ସୀତାରାମ ୟେଚୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନାଗରିକତ୍ୱ ପ୍ରମାଣପତ୍ର ସ୍ବରୂପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri