Tag Archives: Home Middle

ରିସାଟ୍‌-୨ବିଆର୍‌-୧ର ସଫଳ ଉତ୍‌କ୍ଷେପଣ କଲା ଇସ୍ରୋ: ସୀମା ଉପରେ ରଖିବ କଡ଼ା ନଜର

ଶ୍ରୀହରିକୋଟା,୧୧।୧୨: ଭାରତୀୟ ମହାକାଶ କେନ୍ଦ୍ର ଇସ୍ରୋ ପକ୍ଷରୁ ସଫଳତାର ସହିତ ରିସାଟ୍‌-୨ବିଆର୍‌-୧ର ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ବୁଧବାର ଅପରାହ୍ନ ୩ଟା ୨୫ରେ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏହା ସହିିତ ଇସ୍ରାଏଲ୍‌, ଇଟାଲୀ ଏବଂ ଜାପାନର ଗୋଟିଏ...

ଗୁଜରାଟ ଦଙ୍ଗା: ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଲେ ନାନାବତୀ କମିଶନ

ନୂଆଦିଲ୍ଲୀ,୧୧।୧୨: ଗୁଜରାଟ ଦଙ୍ଗାର ତଦନ୍ତ କରୁଥିବା ନାନାବତୀ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ଗୋଧ୍ରା ଦଙ୍ଗା ସମୟରେ ଗୁଜରାଟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଥିବା ମୋଦି ବିନା ସୂଚନାରେ ଗୋଧ୍ରା ଗସ୍ତ କରିଥିବା ଅଭିଯୋଗ ହୋଇଥିଲା। ତେବେ...

ରାଜ୍ୟ ସଭାରେ ଆଗତ ହେଲା ନାଗରିକତ୍ୱ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ, ୧୧।୧୨: ରାଜ୍ୟ ସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବିଲ୍‌ ଆଗତ କରିଛନ୍ତି। ମଧ୍ୟାହ୍ନ ୧୨ଟାରେ ଏହି ବିଲ ଉପସ୍ଥାପନ କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କେୟା...

ନାଗରିକତ୍ୱ ସଂଶୋଧନ ବିଲ୍‌: ଶିବସେନାର ୟୁ-ଟର୍ନ: ରାଜ୍ୟ ସଭାରେ ଅସଲ ପରୀକ୍ଷା ଆଜି

ନୂଆଦିଲ୍ଲୀ,୧୧ା୧୨: ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣମୁସଲିମ୍‌ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ ସକାଶେ ଉଦ୍ଦିଷ୍ଟ ନାଗରିକତ୍ୱ ସଂଶୋଧନ ବିଲ୍‌ ସୋମବାର ମଧ୍ୟରାତ୍ରିରେ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ରାଜ୍ୟ ସଭାରେ ଅସଲ ପରୀକ୍ଷା ବାକି ଅଛି।...

ବକେୟା ପାଇଁ ଦେବାଳିଆ ହେଲେଣି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ: ବିଦ୍ୟୁତ୍‌ କାଟ ଚେତାବନୀ ଦେଲା ସେସୁ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବିଲ୍‌ ବକେୟା ବଣ୍ଟନ କମ୍ପାନୀଗୁଡିକୁ ଦେବାଳିଆ କରି ସାରିଲାଣି। ବାକି ଟଙ୍କା ଆଦାୟ ନ କଲେ କମ୍ପାନୀଗୁଡିକୁ ଚଳାଇବା ସମ୍ଭବ ହେବ ନାହିଁ। ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।...

ଆସନ୍ତା ଶିକ୍ଷାବର୍ଷରୁ ପିଜି ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର, ୧୦ା୧୨(ବ୍ୟୁରୋ)- ପିଜି ପାଠ୍ୟକ୍ରମ ପାଇଁ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ହେବ। ଏହା ସହିତ ଜୁନ୍‌ ୧୫ ସୁଦ୍ଧା ସବୁ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶ କରିବେ। ମଙ୍ଗଳବାର ଇମେଜ୍‌ଠାରେ ଆୟୋଜିତ ବିଶ୍ୱବିଦ୍ୟାଳୟ...

ବିଦ୍ୟୁତ୍‌ ବକେୟା ପୈଠ ନ କଲେ ଜାନୁୟାରୀ ୧୫ରୁ ଲାଇନ୍‌ ବନ୍ଦ: ସେସୁ ସିଇଓ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ସେସୁର ଆର୍ଥିକ ସ୍ଥିତି ବର୍ତ୍ତମାନ ସେତେ ଭଲ ନାହିଁ। ଲୋକଙ୍କୁ ଗୁଣାତ୍ମକ ମାନଯୁକ୍ତ ବିଦ୍ୟୁତ୍‌ ଦେବାକୁ ହେଲେ ଆମକୁ ଅର୍ଥ ଦରକାର। ଏହାକୁ ନେଇ ଉପଭୋକ୍ତାମାନଙ୍କୁ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ପଡ଼ିବ। ବକେୟା ବିଲ୍‌ ସମ୍ପର୍କରେ...

ପିଆଜର ଦରଦାମ ବୃଦ୍ଧି ପ୍ରତିବାଦ: ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ପିଆଜ ମାଡ଼ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ପିଆଜର ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସରକାରୀ ବାସଭବନ ଉପରେ ପିଆଜ ମାଡ଼ କରାଯାଇଛି। ମଙ୍ଗଳବାର କଂଗ୍ରେସର ଶତାଧିକ ଯୁବକର୍ମୀ ଏକ ରାଲିରେ କଂଗ୍ରେସ...

ଦୁନିଆରେ ହାହାକାର: ବିପଦରେ ମାନବାଧିକାର; ୧୧୯ ଦେଶରେ ଲୋକଙ୍କ ସ୍ବାଧୀନତା ଉପରେ ପହରା

ଓ୍ବାଶିଂଟନ,୧୦।୧୨: ପ୍ରତିବର୍ଷ ଡିସେମ୍ବର ୧୦ରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଥାଏ। ଲୋକଙ୍କ ମଧ୍ୟରେ ମାନବାଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହା କରାଯାଇଥାଏ। ତେବେ ଏବେ ଦୁନିଆରେ ହାହାକାର ସୃଷ୍ଟି ହୋଇଛି। ମାନବାଧିକାର ବିପଦରେ ପଡ଼ିଛି। ୧୧୯ଟି ଦେଶରେ...

୨୬ ବର୍ଷରେ ୩୧ ହଜାର ୮୪୫ ହାଜତ ମୃତ୍ୟୁ: ୫ ରାଜ୍ୟରେ ସର୍ବାଧିକ

ନୂଆଦିଲ୍ଲୀ,୧୦।୧୨: ଦେଶରେ ମାନବାଧିକାରକୁ ଅଣଦେଖା କରାଯାଉଛି। ଫଳରେ ୧୯୯୩ଠାରୁ ୨୦୧୯ ପର୍ଯ୍ୟନ୍ତ ଗତ ୨୬ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ହାଜତରେ ୩୧ ହଜାର ୮୪୫ ହାଜତ ମୃତ୍ୟୁ ଘଟଣା ଘଟିଛି। ବିଚାରାଧୀନ ଅପରାଧୀଙ୍କର ବିଚାର ପୂର୍ବରୁ ମୃତ୍ୟୁ ଘଟିଛି।...

ରାଜ୍ୟରେ ପ୍ରତିଷ୍ଠା ହେବ ୪୫ ଫାଷ୍ଟ ଟ୍ରାକ କୋର୍ଟ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ମଧ୍ୟରୁ ୨୧ଟି ମହିଳାଙ୍କ ପାଇଁ ରହିବ ୨୪ଟିରେ ପୋକ୍ସୋ...

ରାଜ୍ୟ ଫିଲ୍ମ ପୁରସ୍କାର ଘୋଷିତ: ମିହିର ଦାସ, ଅର୍ଚ୍ଚିତା ଶ୍ରେଷ୍ଠ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ୩୦ତମ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଭିଜା ମାଟିର ସ୍ବର୍ଗ ଫିଲ୍ମ ପାଇଁ ଶ୍ରେଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri