Tag Archives: Home Middle

ତିନି ତଲାକ୍‌ ବିଲ୍‌କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି: ୨୦୧୮ ସେପ୍ଟେମ୍ବର ୧୯ରୁ ଲାଗୁ

ନୂଆଦିଲ୍ଲୀ,୧।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ତିନି ତଲାକ୍‌ ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏବେ ଏହା ଆଇନରେ ପରିଣତ ହୋଇଛି। ଏହା ୨୦୧୮ ସେପ୍ଟେମ୍ବର ୧୯ରୁ ଲାଗୁ ହେବ। ମଙ୍ଗଳବାର ତିନି ତଲାକ୍‌ ବିଲ୍‌ ରାଜ୍ୟ ସଭାରେ ପାସ୍‌...

ଚିଟ୍‌ଫଣ୍ଡ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୮: ଚିଟ୍‌ଫଣ୍ଡ (ସଂଶୋଧନ) ବିଲ୍‌, ୨୦୧୯ ପାର୍ଲାମେଣ୍ଟରେ ଆଗତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ବିଲ୍‌ ପାସ୍‌ ହେଲେ ଉକ୍ତ ସେକ୍ଟର ସରଳୀକୃତ ହେବା ସହ ପଞ୍ଜୀକୃତ ଚିଟ୍‌ଫଣ୍ଡ ଶିଳ୍ପ ଉପରେ ଥିବା...

ମୋଟରଯାନ ବିଲ୍‌ ରାଜ୍ୟ ସଭାରେ ଗୃହୀତ: ତ୍ରୁଟି ସଂଶୋଧନ ପାଇଁ ଲୋକ ସଭାକୁ ପୁଣି ଯିବ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାର ଜରୁରୀ

ନୂଆଦିଲ୍ଲୀ,୧ା୮(ପି.ଟି.): ସଡ଼କ ନିରାପତ୍ତା ବୃଦ୍ଧି ଲାଗି ଅଣାଯାଇଥିବା ମୋଟରଯାନ (ସଂଶୋଧନ) ବିଲ୍‌ ବୁଧବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଥିରେ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ ପାଇଁ ଦଣ୍ଡବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।...

ସିସିଡି ପ୍ରତିଷ୍ଠାତାଙ୍କ ଓଡ଼ିଶା ଲିଙ୍କ୍‌: ଏମ୍‌ସିଏଲ୍‌ର ୨ ଖଣିରେ କାମ କରୁଛି ଲଜିଷ୍ଟିକ୍‌ କମ୍ପାନୀ

ଭୁବନେଶ୍ୱର,୧ା୮ (ବ୍ୟୁରୋ): ଋଣ ଚାପରେ ଆତ୍ମହତ୍ୟା କରିଥିବା କ୍ୟାଫେ କଫି ଡେ (ସିସିଡି) ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଓଡିଶା ଲିଙ୍କ୍‌ ରହିଛି। ତାଙ୍କର ସିକାଲ ଲଜିଷ୍ଟିକ କମ୍ପାନୀ ରାଜ୍ୟର ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ(ଏମ୍‌ସିଏଲ୍‌)ର ୨ ଖଣିରେ ଏବେ କାର୍ଯ୍ୟ କରୁଛି।...

ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ୩୩କୁ ବୃଦ୍ଧି: କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୮ : କେନ୍ଦ୍ର କ୍ୟାବିନେଟ ବୁଧବାର ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି କରିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ବାଦ୍‌ ଦେଇ ଏହି ସଂଖ୍ୟା ପୂର୍ବରୁ ୩୦ ଥିବାବେଳେ ଏବେ ଏଥିରେ ଆଉ ୩ ବୃଦ୍ଧି କରାଯାଇଛି। ଏ...

ନଦୀ ଜଳ ବିବାଦ ବିଚାର ପାଇଁ ବିଲ୍‌ ଲୋକ ସଭାରେ ଗୃହୀତ ଗୋଟିଏ ଟ୍ରିବ୍ୟୁନାଲରେ ସମାଧାନ

ନୂଆଦିଲ୍ଲୀ,୧ା୮ (ପି.ଟି./ଆଇଏଏନ୍‌ଏସ୍‌) ଆନ୍ତଃ ରାଜ୍ୟ ନଦୀଜଳ ବିବାଦର ବିଚାରକୁ ସରଳ ଓ ସୁସଙ୍ଗତ କରିବା ପାଇଁ ଉଦ୍ଦିଷ୍ଟ ଇଣ୍ଟର ଷ୍ଟେଟ୍‌ ରିଭର ଓ୍ବାଟର ଡିସ୍‌ପ୍ୟୁଟ୍‌ (ଆମେଣ୍ଡମେଣ୍ଟ) ବିଲ୍‌, ୨୦୧୯ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଛି। ଏହି ବିଧେୟକରେ...

୭ ଖଣି ନିଲାମ ପାଇଁ ବିଜ୍ଞପ୍ତି: ଖଣି ହାତେଇବାକୁ ଦୌଡ଼

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟର ୭ଟି ଖଣିର ନିଲାମୀ ପାଇଁ ବୁଧବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ମଧ୍ୟରେ ୪ଟି ଚୂନ ପଥର ଖଣି. ୨ଟି କ୍ରୋମାଇଟ୍‌ ଏବଂ ଗୋଟିଏ ଗ୍ରାଫାଇଟ୍‌ ଖଣି ରହିଛି। ସବୁ ଖଣିକୁ ଇ-ଅକ୍ସନ...

କୋମାରେ କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୧ା୮(ବ୍ୟୁରୋ): କୋମା ସ୍ଥିତିକୁ ଚାଲିଗଲାଣି କମିଶନରେଟ ପୋଲିସ। ରାଜଧାନୀ ଭୁବନେଶ୍ୱରରେ ଲୁଟେରା ରାଜ୍‌ କଲେଣି। ସକାଳୁ ରାତି ପର୍ଯ୍ୟନ୍ତ ଫୁଟୁଛି ଗୁଳି, ବୁଲୁଛି ଖଣ୍ଡା ଭୁଜାଲି। ସହରରେ ପ୍ରତିଦିନ ଘଟିଚାଲିଛି ଲୁଟ୍‌ପାଟ ଓ ଡକାୟତି। ମଙ୍ଗଳବାର ଗୋଟିଏ ଥାନାଞ୍ଚଳରେ...

ରାଜ୍ୟକୁ କମିଲା କିରୋସିନ କୋଟା: ଅଗଷ୍ଟରୁ ମିଳିବ ୨ ଲିଟର

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟର ୪ଟି ଜିଲା କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଅଣ-ସବ୍‌ସିଡି କିରୋସିନ ଯୋଗାଇ ଦିଆଯାଉଛି। ଅନ୍ୟ ଜିଲାଗୁଡ଼ିକରେ କେତେ ଅଣ-ସବ୍‌ସିଡି କିରୋସିନ ଦରକାର ସେନେଇ ଏକ ତାଲିକା ଦେବା ଲାଗି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର...

ଜମ୍ମୁ-କଶ୍ମୀରରେ ଅତିରିକ୍ତ ୧୦ ହଜାର ସୁରକ୍ଷାକର୍ମୀ: ପ୍ରତି ପଞ୍ଚାୟତରେ ଅଗଷ୍ଟ ୧୫ରେ ଜାତୀୟ ପତାକା ହେବ ଉତ୍ତୋଳନ

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରକୁ ୧୦ ହଜାର ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯିବା ଯିବା ନେଇ ନାନା ଆଲୋଚନା ହେଉଛି। ତେବେ ଏବେ କୁହାଯାଉଛି ଯେ, କେନ୍ଦ୍ର ସରକାର ସ୍ବାଧୀନତା ଦିବସ ଅବସରରେ ରାଜ୍ୟର ପ୍ରତି ପଞ୍ଚାୟତରେ ଜାତୀୟ ପତାକା ଉତ୍ତୋଳନ କରିବା ଲାଗି...

ବିପଦ ସଙ୍କେତ ଟପିଲା ଗୋଦାବରୀ ଜଳସ୍ତର: ୨୬ ଗାଁ ସହିତ ଯୋଗାଯୋଗ ସମ୍ପର୍କ ବିଚ୍ଛିନ୍ନ

ହାଇଦ୍ରାବାଦ୍‌,୩୧।୭: ଆନ୍ଧ୍ରପ୍ରଦେଶରେ ଗୋଦାବରୀ ନଦୀ ଜଳସ୍ତର ବିପଦ ସଙ୍କେତ ଟପିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷାଯୋଗୁ ବନ୍ୟା ଜଳ ନିକଟବର୍ତ୍ତୀ ଗାଁ ଗୁଡ଼ିକରେ ପ୍ରବେଶ କରିଛି। ଫଳରେ ୨୬ଟି ଗାଁ ସହିତ ଯୋଗାଯୋଗ ସମ୍ପର୍କ ବିଚ୍ଛିନ୍ନ ହୋଇପଡ଼ିଥିବା ସ୍ଥାନୀୟ ପ୍ରଶାସନ...

ତୃପ୍ତି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା : ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରସୁଲଗୁଡ଼ସ୍ଥିତ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମଙ୍ଗଳବାର ରାତିରେ ଆକ୍ରମଣ କରି ସୁନାଚେନ୍‌, ବ୍ରେସଲେଟ୍‌ ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହାର ପ୍ରତିବାଦ ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ବାସିନ୍ଦା ଟାୟାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri