Tag Archives: Home Middle

ଆଜି କାରଗିଲ୍‌ ବିଜୟ ଦିବସ: ଶହୀଦ୍‌ ଯବାନଙ୍କୁ ସାରା ଦେଶ ଜଣାଇଲା ସମ୍ମାନ

ନୂଆଦିଲ୍ଲୀ, ୨୬।୭: କାରଗିଲ ଯୁଦ୍ଧକୁ ବିତିଛି ୨୦ ବର୍ଷ। ୧୯୯୯ ମସିହାରେ ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାରଗିଲରେ ବିଜୟର ଧ୍ୱଜା ଉଡାଇଥିଲା ଭାରତ। କାରଗିଲ୍‌ ଯୁଦ୍ଧରେ ୫୦୦ରୁ ଉର୍ଦ୍ଧ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ପାକିସ୍ତାନ ହରାଇଥିଲା...

୪ ବର୍ଷ ପରେ ଜେଲରୁ ମୁକୁଳିଲେ ସାରଥି

କଟକ ଅଫିସ, ୨୫।୭: ସାରଥି ଓରଫ୍‌ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳିଛନ୍ତି। ସମସ୍ତ ୩ଟି ଯାକ ମାମଲାର ଜାମିନ୍‌ ପାଇବା ପରେ କଟକ ଚୌଦ୍ୱାର ଜେଲରୁ ସେ ବାହାରିଛନ୍ତି। ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରୁ ରିଲିଜ୍‌ ଅର୍ଡର...

ନଦୀର ଅଧାପାଣି ସମୁଦ୍ରକୁ ବୋହିଯାଉଛି: ହାତ ଟେକି ଦେଇଛନ୍ତି ସରକାର, ଜଳ ସଂରକ୍ଷଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ନଦୀରୁ ଜଳ ସିଧାସଳଖ ସମୁଦ୍ରକୁ ବୋହିଯାଉଛି। ଏହାକୁ ରାଜ୍ୟ ସରକାର ସଂରକ୍ଷଣ କରିପାରୁନାହାନ୍ତି। ମହାନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇବାକୁ ନେଇ ରାଜ୍ୟରେ ଶାସକ ଦଳ ତୁମ୍ବିତୋଫାନ କରୁଛି। ମାତ୍ର ରାଜ୍ୟର...

ରାଜ୍ୟରେ ମରୁଡ଼ିର ପଦଧ୍ୱନି; ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟରେ ବର୍ଷା ନାହିଁ। ମରୁଡ଼ି ଦ୍ୱାରଦେଶରେ ପହଞ୍ଚିଲାଣି। ତଥାପି ସରକାର ଚେତୁ ନାହାନ୍ତି। ଚାଷୀ ଏ ପର୍ଯ୍ୟନ୍ତ ତଳି ରୋଇ ପାରିନାହାନ୍ତି। ମାଟି ଫାଟି ଆଁ କଲାଣି। ବର୍ଷା ହେଲେ ବି ଆଉ ଚାଷ ହେବା ସମ୍ଭବ...

କର୍ନାଟକ ସଙ୍କଟ: ୭୦ରୁ ଅଧିକ ଆଶାୟୀଙ୍କୁ ଅନୁମୋଦିତ ୩୪ କ୍ୟାବିନେଟ୍‌ରେ କିଭଳି ସ୍ଥାନ ଦେବ ଭାଜପା ମେଣ୍ଟ !

ବେଙ୍ଗାଲୁର୍‌,୨୫।୭: କର୍ନାଟକରେ ନୂଆ ସରକାର ଗଠନରେ ଭାଜପା ହାଇକମାଣ୍ଡ ଡେରି କରୁଛନ୍ତି। ବିଦ୍ରୋହୀ ବିଧାୟକଙ୍କ ଯୋଗ୍ୟତା ନେଇ ବାଚସ୍ପତିଙ୍କ ପଦକ୍ଷେପ ତଥା ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ଆବେଦନର ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନ ଥିବା ଭାଜପା ହାଇକମାଣ୍ଡ୍‌ ମାମଲା ଥଣ୍ଡା...

ବଳାତ୍କାର ପୀଡ଼ିତା ନାବାଳିକାଙ୍କ ସହାୟତା କରନ୍ତୁ କେନ୍ଦ୍ର ସରକାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାର ବଳାତ୍କାର ପୀଡ଼ିତା ନାବାଳିକାଙ୍କ ସହାୟତା କରନ୍ତୁ ବୋଲି ସୁପ୍ରିମ୍‌କୋର୍ଟ ଗୁରୁବାର କହିଛନ୍ତି। ବାଳ ଯୌନ ଶୋଷଣ ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ୱାରା ଗଠିତ...

ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବରଗଡ଼ ଅଫିସ,୨୫।୭: ବରଗଡ଼ ସଦର ଥାନା ଅନ୍ତର୍ଗତ ବୀରମାଲ ନିକଟ ପୋଢ଼ମୁଣ୍ଡା ଗ୍ରାମରେ ବୁଧବାର ରାତିରେ କୀଟନାଶକ ପିଇ ଜଣେ ଯୁବଚାଷୀ ବୈଷ୍ଣବ ଭୁଏ(୨୭) ଆତ୍ମହତ୍ୟା କରଥିବା ଅଭିଯୋଗ ହୋଇଛି। ଫସଲହାନି ସହିତ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଛନ୍ତି...

ଯାତ୍ରା ହେବ ସୁରକ୍ଷିତ: ଟ୍ରେନ୍‌ରେ ଲାଗିବ ବ୍ଲାକ୍‌ ବକ୍ସ୍‌

ନୂଆଦିଲ୍ଲୀ,୨୫।୭: ଟ୍ରେନ୍‌ ଯାତ୍ରାକୁ ସୁରକ୍ଷିତ କରିବା ଲାଗି ସରକାରଙ୍କ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏଣିକି ପ୍ରତି ଟ୍ରେନ୍‌ରେ ବିମାନ ଭଳି ବ୍ଲାକ୍‌ ବକ୍ସ୍‌ ଲାଗିବ। ଏନେଇ କରାଯାଇଥିବା ଏକ ପାଇଲଟ୍‌ ପ୍ରୋଜେକ୍ଟରେ ସଫଳତା ମିଳିବା ପରେ ରେଳ...

ତିନି ତଲାକ୍‌ ନେଇ ଏନ୍‌ଡିଏ ମେଣ୍ଟରେ ଫାଟ: ଜେଡିୟୁ କରିବ ବିରୋଧ

ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଲୋକ ସଭାରେ ଗୁରୁବାର ତିନି ତଲାକ୍‌ ବିଲ୍‌ ପୁଣି ଥରେ ଆଗତ କରାଯିବାର ଯୋଜନା କରାଯାଇଛି। ତେବେ ଏହାକୁ ନେଇ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଏହାକୁ...

୪୪ ବର୍ଷରେ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିଛି ୬୦ ପ୍ରତିଶତ: ପ୍ରତିଦିନ ଶହେ ହାତୀଙ୍କ ମୃତ୍ୟୁ ଘଟୁଛି

ଓ୍ବାଶିଂଟନ,୨୫।୭: ପୃଥିବୀରେ ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲ ପରିସୀମା ଉପରେ ପଡ଼ିବାରେ ଲାଗିଛି। ଜଙ୍ଗଲ ଅଭାବ ଯୋଗୁ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୧୯୭୦ଠାରୁ ୨୯୧୪...

କୋଇଲା ତଳେ ଦବିଗଲେ ୪

ତାଳଚେର,୨୫ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ରାତିରେ ଘଟିଛି ଦୁର୍ଘଟଣା। ବ୍ଲାଷ୍ଟିଂ ପରେ ଏହି ଓପନକାଷ୍ଟ ଖଣିର ସରଫେସ ମାଇନର ଫେସ୍‌ (ରାକଶବହାଳ ଗ୍ରାମ ନିକଟ)ରେ ଏକ ବିରାଟ...

କଟକରେ ଚାଞ୍ଚଲ୍ୟ: ୨୪ ଘଣ୍ଟାରେ ୩ ଜଣଙ୍କୁ ଗଳାକାଟି ହତ୍ୟା

କଟକ ଅଫିସ,୨୫।୭: କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ଘଟିଛି ୩ ହତ୍ୟାକାଣ୍ଡ। ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଥିବାବେଳେ ବୁଧବାର ସମାନ ଢଙ୍ଗରେ ଆଉ ଦୁଇଜଣ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ତେବେ ହତ୍ୟାର ଶିକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri