Tag Archives: Home Middle

ପାର୍ଲାମେଣ୍ଟରେ କଶ୍ମୀର ଝଡ଼

ନୂଆଦିଲ୍ଲୀ,୨୪ା୭(ପି.ଟି.): କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁରୋଧ କରିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ସୋମବାର ଆଲୋଚନା ବେଳେ କହିବା ଘଟଣାକୁ ନେଇ...

ପାଗ ଭିଡ଼ୁଛନ୍ତି ୟେଦୁରପ୍ପା

ବେଙ୍ଗାଲୁରୁ,୨୪ା୭: କର୍ନାଟକ ବିଧାନସଭାରେ ୧୪ ମାସର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଆସ୍ଥାଭୋଟରେ ପରାଜୟବରଣ କରିବା ପରେ ଭାଜପା ରାଜ୍ୟରେ ସରକାର ଗଠନ କରିବା ଲାଗି ଆଗେଇ ଆସିଛି। ୪ ଦିନ ଧରି ଆସ୍ଥାଭୋଟ ଲାଗି ଚାଲିଥିବା ନାଟକକୁ ନିରୀକ୍ଷଣ କରି...

ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ପ୍ରସଙ୍ଗ: ଦୁଇଦିନ ବିଧାନସଭା ବରବାଦ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଦୁଇଦିନ ବିଧାନସଭା ଅଚଳ ହେବା ପରେ ବିରୋଧୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ଏବଂ ଶିଶୁ ନିଖୋଜ ଘଟଣାକୁ ନେଇ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା ହେବ। ମଙ୍ଗଳବାର ଅପରାହ୍ନରେ...

କର୍ନାଟକ ଆସ୍ଥାଭୋଟ ନାଟକରେ ଯବନିକା: କୁମାରସ୍ବାମୀ ସରକାରର ପତନ, ୧୦୫ ଭୋଟରେ ଜିତିଲା ଭାଜପା

ବେଙ୍ଗାଲୁରୁ,୨୩।୭: କର୍ନାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଜିତିବାରେ ବିଫଳ ହେବା ପରେ ଆସ୍ଥାଭୋଟ ନାଟକରେ ଯବନିକା ପଡ଼ିଛି। ପ୍ରଥମେ ୧୬ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ଆସ୍ଥା...

ବୁଧବାର ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ, ୨୩ା୭: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ।...

କଶ୍ମୀର ଦ୍ୱିପାକ୍ଷିକ ସମସ୍ୟା ଲାଗି ମଧ୍ୟସ୍ଥ ଲୋଡ଼ି ନାହାନ୍ତି ମୋଦି: ବୈଦେଶିକ ମନ୍ତ୍ରୀ ଦେଲେ ସଂକ୍ଷିପ୍ତ ଉତ୍ତର

ନୂଆଦିଲ୍ଲୀ,୨୩।୭: କଶ୍ମୀର ସମସ୍ୟା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ଉପରେ ମଙ୍ଗଳବାର ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ଏନେଇ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ସଂକ୍ଷିପ୍ତ ଉତ୍ତର ଦେଇଛନ୍ତି। କଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା। ଏନେଇ...

୧୦ଦିନ ବଢ଼ିପାରେ ଚଳିତ ଅଧିବେଶନର କାର୍ଯ୍ୟକାଳ: ଶାହ ଦେଲେ ସୂଚନା

ନୂଆଦିଲ୍ଲୀ,୨୩।୭: ଚଳିତ ଅଧିବେଶନର କାର୍ଯ୍ୟକାଳ ୧୦ ଦିନ ବଢ଼ିପାରେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ମଙ୍ଗଳବାର ସଂସଦୀୟ ଦଳ ବୈଠକରେ ଶାହ ସମସ୍ତ ସଦସ୍ୟଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଣ ଦେଇଛନ୍ତି। ସଂସଦର ଲାଇବ୍ରେରୀ ବିଲ୍ଡିଂରେ...

ସାଧାରଣ ଲୋକଙ୍କ ସୂଚନା ଅଧିକାରକୁ ଦୁର୍ବଳ କରୁଛନ୍ତି ମୋଦି ସରକାର: ସୋନିଆ

ନୂଆଦିଲ୍ଲୀ,୨୩।୭: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ୨୦୦୫ ସୂଚନା ଅଧିକାର ଆଇନର ସଂଶୋଧନ ପାଇଁ ଆଗତ ହୋଇଥିବା ପ୍ରସ୍ତାବ ପାସ୍‌ ହୋଇଛି। ତେବେ ଏହାର ସଂଶୋଧନ...

ମଦ ଦୋକାନୀଙ୍କୁ ପୁରସ୍କାର ପ୍ରସଙ୍ଗ, ସରକାରୀ ନିଷ୍ପତ୍ତି ହୋଇନାହିଁ : ମନ୍ତ୍ରୀ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଭଲ ରାଜସ୍ବ ପ୍ରଦାନ କରୁଥିବା ମଦ ଦୋକାନୀଙ୍କୁ ପୁରସ୍କାର ଦେବା କଥା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏନେଇ କେବଳ ସୁପାରିସ କରାଯାଇଛି ବୋଲି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ...

ବିଧାନସଭା ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଆଲୋଚନା: ଡାକ୍ତର ଅଭାବ ଦୂର ପାଇଁ ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାଁରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ କରାଯାଇଛି। ହେଲେ ସେଠାରେ ସାମାନ୍ୟତମ ଚିକିତ୍ସା ସୁବିଧା କରା ନ ଯାଇ ଗରିବ ରୋଗୀଙ୍କୁ କଟକ ରେଫର କରିଦିଆଯାଉଛି। ଆର୍ଥିକ...

ମୋତେ ବଳିବୋଦା କରନାହିଁ: ବାଚସ୍ପତି

ବେଙ୍ଗାଲୁରୁ,୨୩ା୭(ପି.ଟି.): କର୍ନାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଉପରେ କ୍ରମାଗତ ତୃତୀୟ ଦିନ ପାଇଁ ଆଲୋଚନା ଜାରି ରହିଥିବାବେଳେ ଭୋଟ ପ୍ରକ୍ରିୟାକୁ ବିଳମ୍ବିତ କରିବା ଲାଗି ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କ ଉପରେ ଚାପ ପକାଯାଇଥିଲା। ବିଦ୍ରୋହୀ...

ରାଜ୍ୟରେ ମହିଳା, ନାବାଳିକା ଅସୁରକ୍ଷିତ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଦିନକୁ ଦିନ ନାବାଳିକା ଏବଂ ମହିଳାଙ୍କ ଉପରେ ହିଂସା ବଢ଼ିବାରେ ଲାଗିଛି। ଗତ ଶନିବାର ଅନୁଗୋଳର ୮ ବର୍ଷୀୟା ନାବାଳିକାଙ୍କୁ ଦୁର୍ବୃତ୍ତ ଉଠାଇ ନେଇ ବଳାତ୍କାର କରିଥିଲେ। ଏପରି କି ମୃତ ଭାବି ପୀଡ଼ିତାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri