Tag Archives: Home Middle

ସମସ୍ତ ଅର୍ଦ୍ଧସୈନିକ ବଳଙ୍କ କାର୍ଯ୍ୟ ସମୀକ୍ଷା କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୭: ଦେଶର ସମସ୍ତ ଅର୍ଦ୍ଧସୈନିକ ବଳଙ୍କ କାର୍ଯ୍ୟ ଏଣିକି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମୀକ୍ଷା କରିବେ। ଏହା ଅନ୍ତର୍ଗତ ଆଇଟିବିପି, ବିଏସ୍‌ଏଫ୍‌, ଏସ୍‌ଏସ୍‌ବି, ଏନ୍‌ଏସ୍‌ଜି ଏବଂ ସିଆରପିଏଫ୍‌ ଆଦିଙ୍କ କାର୍ଯ୍ୟ ତଦାରଖ କରାଯିବ। ଏହାର ଆରମ୍ଭ ଜୁଲାଇ ୨୯ରେ...

ଟିଏମ୍‌ସି-ଏନ୍‌ସିପି-ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ହୋଇପାରେ ରଦ୍ଦ

ନୂଆଦିଲ୍ଲୀ,୧୭।୭: ନିର୍ବାଚନରେ କରାଯାଇଥିବା ପ୍ରଦର୍ଶନ ଆଧାରରେ ଟିଏମ୍‌ସି, ଏନ୍‌ସିପି ଏବଂ ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି ୩ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବେ ବୋଲି କୁହାଯାଉଛି।...

ହାଫିଜ୍‌ ସଇଦ୍‌ଙ୍କୁ ଗିରଫ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୭।୭: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ତଥା ବିଶ୍ୱଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ ପାକିସ୍ତାନ ଗିରଫ କରିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଆତଙ୍କବାଦୀ ନିରୋଧୀ ବିଭାଗର ଏକ ସ୍ବତନ୍ତ୍ର ଦଳ ହାଫିଜ୍‌ଙ୍କୁ ଲାହୋରରେ ଗିରଫ କରିଛି। ସେ ଲାହୋରରୁ ଗୁଞ୍ଜରାଓ୍ବଲା ଯାଉଥିଲେ।...

କୁମାରସ୍ବାମୀଙ୍କ ଶକ୍ତି ପରୀକ୍ଷା: ବିଦ୍ରୋହୀଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇପାରିବ ନି କହିଲେ ସୁପ୍ରିମ୍‌କୋର୍ଟ

ବେଙ୍ଗାଲୁର୍‌,୧୭।୭: କର୍ନାଟକରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ବାମୀ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ବାଚସ୍ପତି ମୁକ୍ତ ଭାବେ ନିଷ୍ପତ୍ତି ନେଇପାରିବେ  ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ସେହିପରି...

ସୁପ୍ରିମ୍‌କୋର୍ଟକୁ ମିଳିବ ନୂଆ ବିଲ୍ଡିଂ: ଖର୍ଚ୍ଚ ହୋଇଛି ୮ଶହ ୮୫ କୋଟି

ନୂଆଦିଲ୍ଲୀ,୧୭।୭: ସୁପ୍ରିମ୍‌କୋର୍ଟକୁ ନୂଆ ବିଲ୍ଡିଂ ମିଳିବ। ଏହାର ଉଦ୍‌ଘାଟନ ବୁଧବାର ଅପରାହ୍ନ ୪ଟା ୩୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିବେ। ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବେସାମରିକ ବିମାନ...

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀର ବାରମୁଳା ଜିଲାରେ ବୁଧବାର ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ସୋପୋରେ ଅଞ୍ଚଳର ଗୁଣ୍ଡ ବ୍ରଥ ଗାଁର ମୀର୍‌ ମହଲାଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ...

ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ଅନୁଭବ କରନ୍ତି ୭୧% ଭାରତୀୟ

ନୂଆଦିଲ୍ଲୀ,୧୭ା୭(ପି.ଟି.): ଭାରତରେ ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ରହୁଥିବା ୭୧ ପ୍ରତିଶତ ଲୋକ ଅନୁଭବ କରନ୍ତି। ଟେକ୍ନୋଲୋଜି ପ୍ଲାଟଫର୍ମ ‘ନେଟା ଆପ୍‌’ ଦ୍ୱାରା ଦେଶର ପ୍ରେସ୍‌ ସ୍ବାଧୀନତା ଉପରେ ବିଭିନ୍ନ ରାଜ୍ୟର ଲୋକଙ୍କ ମତ ସଂଗ୍ରହ କରାଯାଇ ଏହି ରିପୋର୍ଟ...

ଗରିବଙ୍କୁ ଲୁଟୁଛନ୍ତି ଅଧିକାରୀ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଗତ ୨୦ବର୍ଷ ହେବ ବିଜେଡି ହାତରେ ରହିଛି ରାଜ୍ୟ ଶାସନ ଭାର। ଲୋକମାନଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେଉଥିବା ସରକାର ଦାବି କରୁଛନ୍ତି। ୩-ଟି/୫-ଟି ଏମିତି କେତେ କ’ଣ ମନ୍ତ୍ର ବିଧାୟକଙ୍କଠାରୁ ଆରମ୍ଭ କରି ଅଫିସରଙ୍କୁ ଦିଆଯାଉଛି।...

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ସୂଚନା ପାଇବା...

ବିଧାନସଭାରେ ବିରୋଧୀ ମୁହାଁମୁହିଁ: ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ଦୁଇଫାଳ। ସରକାରଙ୍କୁ ଘେରିବା ପରିବର୍ତ୍ତେ ପରସ୍ପରକୁ ବିରୋଧ କରୁଛନ୍ତି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ଭାଜପା ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ଏହାକୁ ନେଇ ମଙ୍ଗଳବାର ବିଧାନସଭାରେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି...

ଜିଏସ୍‌ଟି ଯୋଗୁ ୫ ଲକ୍ଷ କୋଟିରୁ ଅଧିକ ରାଜକୋଷରେ ଜମା ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୭: ଜିଏସ୍‌ଟି ଯୋଗୁ କେନ୍ଦ୍ରୀୟ ରାଜକୋଷରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ,୨୦୧୮-୧୯ରେ ରାଜକୋଷରେ ୫...

ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ନିହତ ହୋଇଛନ୍ତି ୯୬୩ ଆତଙ୍କବାଦୀ: ଶାହ

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ୯୬୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୪୧୩ ଯବାନ ଶହୀଦ୍‌ ହୋଇଛନ୍ତି। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଲୋକ ସଭାରେ ମଙ୍ଗଳବାର ସୂଚନା ଦେଇଛନ୍ତି। ଆତଙ୍କବାଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri