Tag Archives: Home Middle

ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପନ ହେବ ବଜେଟ୍‌: ରାଷ୍ଟ୍ରପତିଙ୍କୁ ଭେଟିଲେ ସୀତାରାମନ୍‌

ନୂଆଦିଲ୍ଲୀ, ୫।୭: ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜ ପେଡ଼ିରେ କ’ଣ ରଖିଛନ୍ତି ଏବେ ତା’ଉପରେ ସମସ୍ତଙ୍କ ନଜର ରହିଛି। ବଜେଟ ଉପସ୍ଥାପନ କରିବା ପୂର୍ବରୁ...

ଆଜି ବଜେଟ ଉପସ୍ଥାପନ

ନୂଆଦିଲ୍ଲୀ,୫-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଦୀର୍ଘ ୪୯ ବର୍ଷ ପରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ସେ ବଜେଟ ଉପସ୍ଥାପନ...

ଶରଧାବାଲିରେ ୩ ରଥ: ରତ୍ନବେଦୀରୁ ଜନ୍ମବେଦୀକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଯାତ୍ରା

ଭୁବନେଶ୍ୱର, ୪।୭(ବ୍ୟୁରୋ): ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ବଳଦେବଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ ବଡ଼ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଛି। ଭାବମୟ ପରିବେଶରେ ଘଣ୍ଟ,...

ଗୁଣ୍ଡିଚା ଆଗରେ ୨ ରଥ, ଗଡ଼ିଚାଲିଛି ନନ୍ଦିଘୋଷ

ଭୁବନେଶ୍ୱର, ୪।୭(ବ୍ୟୁରୋ): ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଇତିମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ମଣ୍ଡପ ନିକଟରେ ଲାଗିଯାଇଛି ବଳଦେବଙ୍କ ତାଳଧ୍ୱଜ ରଥ। ପରେ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ବି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଯାଇଛି। ପଛରେ ଗହଳି...

ଗଡ଼ିଲା ନନ୍ଦିଘୋଷ, ଗହଳି ଲଗାଇ ଆସୁଛନ୍ତି ‘ସାଆନ୍ତେ’

ପୁରୀ ଅଫିସ,୪।୭: ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’, ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ଗଡ଼ିବା ପରେ ଗଡ଼ିଛି କାଳିଆ ସାଆନ୍ତଙ୍କ ‘ନନ୍ଦିଘୋଷ। ଘଣ୍ଟ, କାହାଳୀ, ମୃର୍ଦ୍ଦଳର ତାଳେତାଳେ ଭକ୍ତଙ୍କ ଗହଳରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ। ଦୂରରୁ ଦେଖିଲେ...

ଆରମ୍ଭ ହେଲା ରଥଟଣା: ଆଗରେ ବଡ଼ ଭାଇ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା; ଗହଳି ଲଗାଇ ଆସିବେ କଳାଠାକୁର

ପୁରୀ ଅଫିସ,୪।୭: ରଥରେ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବା ପରେ ଆରମ୍ଭ ହୋଇଛି ରଥ ଟଣା। ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ ୨ଟା ୧୫ ମିନିଟ୍‌ରୁ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ...

ଶେଷ ହେଲା ଛେରାପହଁରା, ଆରମ୍ଭ ହେବ ରଥଟଣା

ପୁରୀ ଅଫିସ,୪।୭: ପ୍ରଥମେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ କରିବା ପରେ ଶେଷ ହୋଇଛି ମଦନମୋହନ ବିଜେ ନୀତି। ଏବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରାପହଁରା...

ବାରୁଦ ଗଦାରେ କଶ୍ମୀର: ନିଜ ସନ୍ତାନଙ୍କୁ ବିଦେଶରେ ପଢ଼ାଇ ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦ ଶିକ୍ଷା ଦେଉଛନ୍ତି ବିଚ୍ଛିନ୍ନତାବାଦୀ

ଶ୍ରୀନଗର,୪।୭:ଜମ୍ମୁ-କଶ୍ମୀରକୁ ଆତଙ୍କବାଦର ବାରୁଦ ଗଦାରେ ରଖିବାରେ ବିଚ୍ଛିନ୍ନତାବାଦୀ ନେତାଙ୍କର ହାତ ରହିଛି। ସେମାନେ ନିଜ ସନ୍ତାନଙ୍କୁ ଉଚ୍ଚଶିକ୍ଷା ପାଇଁ ବିଦେଶରେ ପାଠ ପଢ଼ାଉଥିବାବେଳେ ସ୍ଥାନୀୟ ଯୁବକଙ୍କୁ ଜେହାଦୀ ଶିକ୍ଷାଦେଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଇବା କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ୧୧୨...

୨୦ରେ ପାଟକୁରା ନିର୍ବାଚନ: ୨୪ରେ ଭୋଟଗଣତି

ଭୁବନେଶ୍ୱର,୪।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନ ଲାଗି ଗୁରୁବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ ଏହି ଆସନ ଲାଗି ଭୋଟ ଗ୍ରହଣ କରାଯିବ। ସେହିଭଳି ଜୁଲାଇ ୨୪ରେ ଭୋଟଗଣତି, ୨୬ ସୁଦ୍ଧା ନିର୍ବାଚନର ସମସ୍ତ...

ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୪।୭: ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଗୁରୁବାର ରଥରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନରେ ପହଞ୍ଚିବା ପରେ ଶଙ୍କରାଚର୍ଯ୍ୟ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ରଥ ପରିକ୍ରମା କରିଛନ୍ତି। ତେବେ ପୂର୍ବାହ୍ନରେ ବିଗ୍ରହମାନଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଛି।...

ଆର୍ଥିକ ସର୍ଭେ ରିପୋର୍ଟ: ୨୦୨୫ ସୁଦ୍ଧା ୫ ଲକ୍ଷ କୋଟି ଅର୍ଥବ୍ୟବସ୍ଥା ଲକ୍ଷ୍ୟ

ନୂଆଦିଲ୍ଲୀ,୪।୭: ସଂସଦରେ ଶୁକ୍ରବାର ବଜେଟ୍‌ ଉପସ୍ଥାପନା କରାଯିବ। ତେବେ ଏହା ପୂର୍ବରୁ ଗୁରୁବାର ସରକାରଙ୍କ ପକ୍ଷରୁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ଏହି ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟ ଅନୁସାରେ...

ହେବ ଛେରାପହଁରା: ପାଲିଙ୍କି ପ୍ରସ୍ତୁତ, ଗଜପତିଙ୍କୁ ଅପେକ୍ଷା

ପୁରୀ ଅଫିସ,୪।୭: ଶେଷ ହୋଇଛି ଧାଡ଼ି ପହଣ୍ଡି। ରଥରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ମଦନମୋହନ ବିଜେ କରିବା ପରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଏହାକୁ ନେଇ ଗଜପତିଙ୍କ ରାଜଉଆସରେ ପାଲିଙ୍କି ପ୍ରସ୍ତୁତ ହୋଇ ରହିଛି। ତେବେ କେବଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri