Tag Archives: Home Middle

ପ୍ରେମିକାଙ୍କୁ ବାହା ହୋଇପାରିଲେନି ବୋଲି ରାଜନୀତିକୁ ଆସିଛନ୍ତି ରାହୁଲ, କଙ୍ଗନାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୪।୪: ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକ ସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ। ତେବେ ଗୁରୁବାର ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି,...

ରାହୁଲଙ୍କ ପ୍ରତିଦ୍ୱନ୍ଦୀ ଆନି ରାଜାଙ୍କ ପାଖରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ତାଙ୍କର ନେଟଓ୍ବର୍ଥ

ନୂଆଦିଲ୍ଲୀ,୪।୪: ଚଳିତ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ)ର ଆନି ରାଜା। ଲୋକ ସଭା ନିର୍ବାଚନ ପାଇଁ ବୁଧବାର ଦୁହେଁ ୱାୟାନାଡରୁ ନାମାଙ୍କନ ଦାଖଲ କରିଛନ୍ତି। ସିପିଆଇର ନ୍ୟାଶନାଲ ଫେଡେରେସନ...

ଜେଲ୍‌ରୁ ମୁକୁଳିବେ କେଜରିଓ୍ବାଲ!

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ AAP ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୬ ମାସ ପରେ ସଞ୍ଜୟ ଜେଲରୁ ବାହାରିଛନ୍ତି। ତେବେ ସେ ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ସଙ୍କଟରେ ଚିରାଗ ପାଶ୍ୱାନ, ଦଳ ଛାଡ଼ିଲେ ୨୨ ନେତା

ନୂଆଦିଲ୍ଲୀ,୪।୪: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନଙ୍କୁ ଲାଗିଛି ସାଂଘାତିକ ଝଟକା। ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଏକାଥରେ ଦଳର ପ୍ରାୟ...

ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବି ନାହିଁ, ଏମିତି କହି ଦଳରୁ ଇସ୍ତଫା ଦେଲେ ବରିଷ୍ଠ ନେତା

ନୂଆଦିଲ୍ଲୀ,୪।୪: କଂଗ୍ରେସକୁ ଗୁରୁବାର ଏକ ବଡ ଝଟ୍‌କା ଲାଗିଛି। ଗୌରବ ବହ୍ଲବ ଦଳରୁ ଇସ୍ତଫା ଦେଇଛନ୍ତି। ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବି ନାହିଁ। ଦଳରେ ରହିବା କଷ୍ଟସାଧ୍ୟ କହି ଦଳରୁ ଇସ୍ତଫା ପତ୍ର ହାଇକମାଣ୍ଡକୁ ପଠାଇଦେଇଛନ୍ତି। କଂଗ୍ରେସ ସଭାପତି...

ବିଜେଡିରୁ ଇସ୍ତଫା ଦେଲେ ଅସିତ ପଟ୍ଟନାୟକ

ଭଦ୍ରକ,୪।୪(ସନାତନ ରାଉତ): ଭଦ୍ରକ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ (ବୁଲୁ ) ବୁଧବାର ରାତିରେ ବିଜେଡିରୁ ଇସ୍ତଫା ଦେଇଛନ୍ତି l ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

୭ ବିଧାୟକଙ୍କ ଟିକେଟ କାଟିଲା ବିଜେଡି

ଭୁବନେଶ୍ୱର,୪ା୪(ଅନିଲ ଦାସ)ଆସନ୍ତା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଏବଂ ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକ ବୁଧବାର ଭିଡିଓ ବାର୍ତ୍ତା ଦେଇ ନଁା ଘୋଷଣା...

ଝିଅଙ୍କ ପାଠପଢ଼ାରେ କେନ୍ଦ୍ର କଣ୍ଟା

ଭୁବନେଶ୍ୱର,୪ା୪(ଅନିଲ ଦାସ)‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଉଥିବା କେନ୍ଦ୍ର ସରକାର ଝିଅଙ୍କ ପାଠପଢ଼ାରେ କଣ୍ଟା ସାଜିଛନ୍ତି। ଏକକ କନ୍ୟାସନ୍ତାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ନାମଲେଖା ପାଇଁ ସ୍ବତନ୍ତ୍ର ସୁବିଧା ମିଳିବ ନାହିଁ। କେନ୍ଦ୍ରୀୟ...

ବିଶ୍ଵବ୍ୟାପୀ ହ୍ୱାଟସ୍ ଆପ୍, ଇନଷ୍ଟାଗ୍ରାମ୍ ଡାଉନ୍

ନୂଆଦିଲ୍ଲୀ,୩।୪: ବିଶ୍ଵବ୍ୟାପୀ ହ୍ୱାଟସ୍ ଆପ୍, ଇନଷ୍ଟାଗ୍ରାମ୍ ଡାଉନ୍। ବୁଧବାର ବିଳମ୍ବିତ ରାତିରେ ବିଶ୍ଵବ୍ୟାପୀ ୟୁଜରମାନେ ହ୍ୱାଟସ୍ ଆପ୍ ମେସେଜ ପଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲା ବେଳେ ଇନଷ୍ଟାଗ୍ରାମରେ ଫିଡ୍ ଅପଡେଟ କରି ପାରୁ ନାହାନ୍ତି। ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଆଉଟେଜ୍...

ରାହୁଲଙ୍କ ପାଖରେ ଅଛି ନଗଦ ମାତ୍ର ୫୫ ହଜାର ଟଙ୍କା! ଶେୟାର ବଜାରରେ କୋଟି କୋଟି ନିବେଶ; ଜାଣନ୍ତୁ ମୋଟ ସମ୍ପତ୍ତି କେତେ…

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ରାହୁଲ ଦେଇଥିବା ଆଫିଡେଭିଟ୍‌ ଅନୁଯାୟୀ ତାଙ୍କ ପାଖରେ ଏବେ ମାତ୍ର ୫୫ହଜାର ଟଙ୍କା ନଗଦ ଟଙ୍କା ରହିଛି।...

ଆଇପିଏଲ୍‌ରେ ରନ୍‌ ବର୍ଷା: ଦିଲ୍ଲୀ ଆଗରେ ପାହାଡ଼ ଭଳି ୨୭୩ ରନ୍‌ ଟାର୍ଗେଟ୍‌ ଛିଡ଼ା କଲା କୋଲକାତା

ବିଶାଖାପାଟଣା,୩।୪: ଇଣ୍ଡିଆ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ୧୬ତମ ମ୍ୟାଚ୍‌ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ବିଶାଖାପାଟଣାରେ ଜାରି ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

ଜେଲ୍‌ରୁ ବାହାରିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୩ା୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲ୍‌ରେ ୬ ମାସ ରହିବା ପରେ ବରିଷ୍ଠ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ବୁଧବାର ଜେଲ୍‌ରୁ ବାହାରିଛନ୍ତି। ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri