Tag Archives: Home Middle

୧୦ ବର୍ଷରେ ବଦଳିଲେଣି ୩ ଅଧ୍ୟକ୍ଷ, ତଥାପି ବି କଂଗ୍ରେସକୁ ମିଳୁନି ବିଜୟର ଫର୍ମୁଲା

ନୂଆଦିଲ୍ଲୀ,୮।୧୨: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ମିଜୋରାମର ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ ପରାଜୟର ସମ୍ମୁଖୀନ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଏହା ହେଉଛି ୧୩ତମ ପ୍ରମୁଖ ପରାଜୟ। ଏହି ପରାଜୟର...

୩ ରାଜ୍ୟ ପାଇଁ ଭାଜପାର ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ,୮ା୧୨: ୩ ରାଜ୍ୟ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ନାମ ଶୁକ୍ରବାର ଘୋଷଣା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଭାଜପା। ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାଓ୍ବଡେ ଏବଂ...

୪ ରାଜ୍ୟରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ,୮ା୧୨: ଆଜିକାଲି ସାରା ଦେଶରେ ଅନେକ ଭୂକମ୍ପ ଘଟୁଛି। ଆଜି ଅର୍ଥାତ୍‌ ଶୁକ୍ରବାର ଦେଶର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ତାମିଲନାଡୁ, କର୍ନାଟକ, ଗୁଜରାଟ ଏବଂ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଛି। ତାମିଲନାଡୁରେ ଶୁକ୍ରବାର ସକାଳ ୭.୩୯ରେ ୩.୨...

କେ. ଚନ୍ଦ୍ରଶେଖର ରାଓଙ୍କ ଖସିଗଲା ଗୋଡ଼: ଡାକ୍ତରଖାନାରେ ଭର୍ତ୍ତି

ହାଇଦ୍ରାବାଦ୍‌,୮।୧୨: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ କେସିଆର ଖସିପଡିଥିଲେ। ଏହା ପରେ ତାଙ୍କୁ ରାତି ପ୍ରାୟ ୨ଟା ସମୟରେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଗୋଡ...

ଊର୍ଦ୍ଦୁ ଭାଷାକୁ ନେଇ ଯୋଗୀ ସରକାରଙ୍କ ବଡ଼ ଆକ୍ସନ, ବଦଳିଯିବ ୧୧୫ ବର୍ଷର ଆଇନ

ଲକ୍ଷ୍ନୌ,୮ା୧୨: ରେଜିଷ୍ଟ୍ରି ଡକ୍ୟୁମେଣ୍ଟରୁ ଊର୍ଦ୍ଦୁ-ପାର୍ସୀ ଶବ୍ଦ ହଟାଇବାକୁ ଉତ୍ତରପ୍ରଦେଶ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ବର୍ତ୍ତମାନ ସବ୍‌-ରେଜିଷ୍ଟ୍ରାରଙ୍କୁ ଊର୍ଦ୍ଦୁ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଜନସେବା ଆୟୋଗରୁ ମନୋନୀତ ହେବା ପରେ ମଧ୍ୟ ସବ୍‌-ରେଜିଷ୍ଟ୍ରାରଙ୍କୁ ସ୍ଥାୟୀ...

ନେତାନ୍ୟାହୁଙ୍କ ସହ କଥା ହେଲେ ବାଇଡେନ

ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲାଙ୍କ ସହ ଗାଜାରେ ଅଧିକ ସହାୟତା ବିଷୟରେ କଥାବାର୍ତ୍ତା କରିଛନ୍ତି। ଏଥିସହ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ବାଇଡେନ ଗୁରୁତ୍ୱାରୋପ କରିଥିଲେ ଏବଂ...

ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି; ମୋଦିଙ୍କୁ ଭେଟିଲେ ଶାହା

ନୂଆଦିଲ୍ଲୀ,୭।୧୨: ଗୁରୁବାର ଡିସେମ୍ବର ୭ରେ ତେଲଙ୍ଗାନାରେ ରେଭନ୍ଥ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏବଂ ମିଜୋରାମରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇଛି। କିନ୍ତୁ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ତିନୋଟି ହିନ୍ଦୀ ବେଲ୍ଟ ରାଜ୍ୟ ମାମଲା...

ମୁଖ୍ୟମନ୍ତ୍ରୀ ଆସନ ପାଇଁ ସସପେନ୍ସ ଭିତରେ ନଡ୍ଡାଙ୍କୁ ଭେଟିଲେ ବସୁନ୍ଧରା

ଜୟପୁର,୭।୧୨: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ମଧ୍ୟରେ ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ସେ ତାଙ୍କ ପୁଅ ତଥା ଏମପି ଦୁଶ୍ୟନ୍ତ ସିଂଙ୍କ ସହ ନଡ୍ଡାଙ୍କ...

‘ଭାଜପାର ସଫଳତା ହାର ୫୬ ପ୍ରତିଶତ, କଂଗ୍ରେସର…’: ମୋଦି

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସଂସଦୀୟ ଦଳ ବୈଠକରେ ଉଦବୋଧନ ଦେଇ କହିଛନ୍ତି ଯେ ସରକାର ଚଳାଇବା ପାଇଁ ଭାଜପା ଲୋକଙ୍କ ପ୍ରିୟ ପାଲଟିଛି। ଏହାକୁ ନେଇ ସେ କିଛି ଆକଳନ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ...

ନିଜ ପତ୍ନୀଙ୍କ ଠାରୁ ଗରିବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି। ବିଧାନସଭା ନିର୍ବାଚନରେ ୧୧୯ଟି ଆସନରୁ...

ଘର-ଜମି କିଣିବା ପୂର୍ବରୁ କରାଇ ନିଅନ୍ତୁ ଆଧାର ସହ ପାନ ଲିଙ୍କ: ନ ହେଲେ କଟିବ ଅଧିକ ଟିଡିଏସ…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ନାଗରିକଙ୍କ ପାଇଁ ଆଧାର ଏବଂ ପାନ କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଗତ କିଛି ବର୍ଷ ଧରି ଏହି ଦୁଇକୁ ଲିଙ୍କ କରିବା ବିଷୟରେ ସରକାରୀ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଉଭୟ ସରକାରୀ ଡକ୍ୟୁମେଣ୍ଟ ଜଣେ...

ମନ୍ଦିର ଯିବା ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଏଏପି ବିଧାୟକ, କହିଲେ ଅପମାନିତ ହେଉଥିବା ସ୍ଥଳକୁ ଯିବା ଉଚିତ ନୁହେଁ…

ଜୟପୁର,୭।୧୨ : ଆମ ଆଦମୀ ପାର୍ଟିର ବିଧାୟକ ରାଜେନ୍ଦ୍ର ପାଲ ଗୌତମ ତାଙ୍କ ବିବାଦୀୟ ବିବୃତ୍ତି ଯୋଗୁଁ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ଦିଲ୍ଲୀର ସେମାପୁରୀର ବିଧାୟକ ରାଜେନ୍ଦ୍ର ପାଲ ସୋନିପତର ଲାହରଡା ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri