Tag Archives: Home Middle

ଗାଜା, ସିରିଆରେ ଇସ୍ରାଏଲ୍‌ର ବୋମାମାଡ଼

ରାଫାହ(ଗାଜା ଷ୍ଟ୍ରିପ୍‌)/ତେଲ୍‌ ଆଭିଭ୍‌,୨୩ା୧୦: ଇସ୍ରାଏଲ୍‌ ଯୁଦ୍ଧବିମାନଗୁଡ଼ିକ ଶନିବାର ରାତିରୁ ଗାଜା ଉପରେ ବୋମାମାଡ଼ ଜାରି ରଖିଥିବାବେଳେ ରବିବାର ସିରିଆର ଦୁଇଟି ବିମାନବନ୍ଦର ଏବଂ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କ୍‌ର ଏକ ମସ୍‌ଜିଦ ଉପରେ ଆକ୍ରମଣ କରିଛି। ଫଳରେ ଯୁଦ୍ଧ କେବଳ ଇସ୍ରାଏଲ୍‌ ଏବଂ...

ଅପରେଶନ ଅଜୟ: ୬ ନମ୍ବର ବିମାନରେ ଇସ୍ରାଏଲରୁ ଦିଲ୍ଲୀ ପହଞ୍ଚିଲେ ୧୪୩ ନାଗରିକ, ଅଛନ୍ତି ୨ ନେପାଳି ନାଗରିକ

ନୂଆଦିଲ୍ଲୀ/ତେଲ ଆଭିବ,୨୩।୧୦: ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ‘ଅପରେସନ ଅଜୟ’ ଅଧୀନରେ ନେପାଳର ଦୁଇ ନାଗରିକଙ୍କ ସମେତ ୧୪୩ ଜଣ ବ୍ୟକ୍ତି ଏକ ସ୍ବତନ୍ତ୍ର ବିମାନ ଯୋଗେ ରବିବାର ଭାରତ ଫେରିଛନ୍ତି। ଏକ୍ସରେ ପୋଷ୍ଟ କରିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର...

ଯୁଦ୍ଧର ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ଉଦାହରଣ ଦେଲେ ସାଉଦି ପ୍ରିନ୍ସ, ଭାଇରାଲ ହେଉଛି ଭାଷଣର ଭିଡିଓ…

ଓ୍ବାଶିଂଟନ,୨୩ା୧୦: ହମାସ୍‌-ଇସ୍ରାଏଲ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଗାଜା ଉପରେ ହେଉଥିବା ଆକ୍ରମଣକୁ ନେଇ ସାଉଦି ଆରବର ପ୍ରିନ୍ସ ତୁର୍କି ଅଲ୍‌ ଫୈଜଲ ଉଭୟ ହମାସ୍‌ ଓ ଇସ୍ରାଏଲକୁ ଦାୟୀ କରିଛନ୍ତି। ଉଭୟ ପକ୍ଷକୁ ସମାଲୋଚନା କରିବା ସହିତ ସେ...

ଫୋନ ଯୋଗେ ନେତାନ୍ୟାହୁଙ୍କ ସହ କଥା ହେଲେ ଜୋ ବାଇଡେନ

ଓ୍ବାଶିଂଟନ,୨୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ।...

ତ୍ରିପାକ୍ଷିକ ସମରାଭ୍ୟାସ କଲେ ୩ ଦେଶ

ସିଓଲ,୨୩ା୧୦: ଉତ୍ତର କୋରିଆରୁ ବଢୁଥିବା ଆଣବିକ ବିପଦକୁ ଦୃଷ୍ଟିରେ ରଖି ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନର ବାୟୁସେନା ପ୍ରଥମ ଥର ପାଇଁ ତ୍ରିପାକ୍ଷିକ ସମରାଭ୍ୟାସ କରିଛନ୍ତି। ଦକ୍ଷିଣ କୋରିଆର ବାୟୁସେନା କହିଛି, ଏହା କୋରିଆ ଉପଦ୍ୱୀପ ନିକଟରେ ଘଟିଛି।...

ଲେବାନନ୍‌ର ଦୁଇ ହିଜ୍‌ବୁଲ ସେଲ୍‌ରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ୍‌,୨୩ା୧୦: ସୋମବାର ସକାଳେ ଲେବାନନ୍‌ରେ ଦୁଇଟି ହିଜ୍‌ବୁଲ ସେଲ୍‌ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିଛି। ଏନେଇ ସ୍ଥାନୀୟ ଗଣମାଧ୍ୟମ ସୂଚନାରୁ ଜଣାପଡ଼ିଛି। ତେବେ ଇସ୍ରାଏଲ ଆକ୍ରମଣରେ କେତେ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ କୌଣସିସୂଚନା ମିଳିନାହିଁ। ଇସ୍ରାଏଲ ସୈନ୍ୟ କହିଛନ୍ତି...

ବାତ୍ୟା ଆଶଙ୍କା: ଓଡ଼ିଶାରେ ପବନ, ବର୍ଷା

ଭୁବନେଶ୍ୱର, ୨୩।୧୦(ଅସମାପିକା ସାହୁ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ରବିବାର ସନ୍ଧ୍ୟା ସୁଦ୍ଧା ଏହା ପାରାଦୀପଠାରୁ ଦକ୍ଷିଣରେ ୫୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା...

ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଟିମ୍‌ ଇଣ୍ଡିଆ

ଧର୍ମଶାଳା,୨୨।୧୦: ବିଶ୍ୱକପ୍‌ର ୨୧ତମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରିଛି। ୨୭୪ ରନ୍‌ର ପିଛା କରି ଭାରତ କିଓ୍ବି ଟିମ୍‌କୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ କୋହଲି ସର୍ବାଧିକ ୯୫ ରନ୍‌ର ପାଳି...

ଗାଜା, ସିରିଆ, ଓ୍ବେଷ୍ଟ ବ୍ୟାଙ୍କକୁ ଟାର୍ଗେଟ କରୁଛି ଇସ୍ରାଏଲ, ଘର ଛାଡିଲେ ୨୩ ଲକ୍ଷ ଲୋକ

ରାଫା,୨୨।୧୦: ଇସ୍ରାଏଲ-ହମାସ ଯୁଦ୍ଧର ୧୫ଦିନ ବିତିଗଲାଣି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ପ୍ରତିଶୋଧ ପରାୟଣ ଆକ୍ରମଣ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉ ନାହିଁ। ଶନିବାର ଏବଂ ରବିବାର ରାତିରେ ଇସ୍ରାଏଲର ଯୁଦ୍ଧ ବିମାନ ଗାଜା ଶିବିର ଉପରେ...

ଶାମିଙ୍କ ଘାତକ ବୋଲିଂ: ଭାରତକୁ ୨୭୪ ରନ୍‌ର ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ଧର୍ମଶାଳା,୨୨।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭାରତକୁ ୨୭୪ ରନ୍‌ର ଟାର୍ଗେଟ୍‌ ଦେଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ସମସ୍ତ ଉଇକେଟ ହରାଇ ୨୭୩ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ...

ମାଳଦ୍ୱୀପରେ ଗ୍ୟାସ୍‌ ସିଲିଣ୍ଡର ଫାଟି ଦୁଇ ଭାରତୀୟଙ୍କ ମୃତ୍ୟୁ

ମାଲେ,୨୨ା୧୦: ମାଳଦ୍ୱୀପରେ ଥିବା ଭାରତୀୟ ଉଚ୍ଚ ଆୟୋଗ ହାଓ୍ବାଲ ମାକୁନୁଧୁ ଦ୍ୱୀପରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ୟାସ ସିଲିଣ୍ଡର ଫାଟି ଦୁଇ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଭାରତୀୟ ଉଚ୍ଚ ଆୟୋଗ ମାଳଦ୍ୱୀପ...

୩୧ ବର୍ଷ ପରେ ବିଶ୍ୱକପ କ୍ରିକେଟରେ ନୂଆ ରେକର୍ଡ, ୧୦ ଟିମ ରଚିଲେ ଇତିହାସ…

ନୂଆଦିଲ୍ଲୀ,୨୨।୧୦ : କ୍ରିକେଟ ବିଶ୍ୱକପ ୨୦୨୩ ଭାରତରେ ଚାଲିଛି। ଏହି ବିଶ୍ୱକପରେ ମୋଟ ୧୦ ଟି ଦଳ ଅଂଶଗ୍ରହଣ କରିଛନ୍ତି। ଚଳିତ ବିଶ୍ୱକପରେ କିଛି ଘଟିଛି ଯାହା ୩୧ ବର୍ଷ ପୂର୍ବରୁ କେବେ ହୋଇ ନ ଥିଲା। ଶେଷ ଥର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri