Tag Archives: Home Middle

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଅପରିହାର୍ଯ୍ୟ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ପାଇଁ ଲାଗୁ ହୋଇପାରେ। ସେହିପରି ଶାନ୍ତି ଆସିବାର ମୁଖ୍ୟ ମାଧ୍ୟମ...

କାନାଡାରେ ଭାରତୀୟ ହିନ୍ଦୁଙ୍କ ପ୍ରତି ବିପଦ

ନୂଆଦିଲ୍ଲୀ,୨୧ା୯ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜାରଙ୍କୁ ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇପଡ଼ିଛି। ପରସ୍ପର ଜଣେ ଲେଖାଏ କୂଟନୀତିଜ୍ଞ ବହିଷ୍କାର...

ଆଜେରବାଇଜାନ ନାଗର୍ନୋ-କରାବାଖ ଅଞ୍ଚଳକୁ ଦଖଲ କଲା, ଆର୍ମେନିଆ ଯୁଦ୍ଧ ବନ୍ଦ କରିବାକୁ ରାଜି…

ବାକୁ, ୨୧।୯: ନାଗର୍ନୋ-କରାବାଖର ବିଚ୍ଛିନ୍ନ ଅଞ୍ଚଳ ଉପରେ ଆଜେରବାଇଜାନ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଛି। ଏହାପୂର୍ବରୁ ଆର୍ମେନିଆ ସୈନିକମାନେ ଆତ୍ମସମର୍ପଣ କରିଥିଲେ। ଏହା ସହ ଆର୍ମେନିଆ ଆଜେରବାଇଜାନ ସହ ଅସ୍ତ୍ରବିରତି  କରିବାକୁ ରାଜି ହୋଇଛି। ଅସ୍ତ୍ରବିରତି ହେବାର ଏକ...

ରୁଷିଆକୁ ଭେଟୋ ଶକ୍ତିରୁ ବଞ୍ଚିତ କରାଯିବା ଉଚିତ: ୟୁଏନଏସସିରେ ଜେଲେନସ୍କି…

ନ୍ୟୁୟର୍କ,୨୧।୯: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦକୁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ରୁଷିଆକୁ ୟୁକ୍ରେନ ସହ ଯୁଦ୍ଧ କରିଥିବାରୁ ସମାଲୋଚନା କରିଥିଲେ। ଏଥିସହ ସେ ରୁଷିଆରୁ ଭିଟୋ ଶକ୍ତି ଛଡ଼ାଇବାକୁ ଦାବି...

କୋଲକାତାରେ ବିମାନର ଜରୁରୀ ଅବତରଣ

କୋଲକାତା,୨୦ା୯: ଓ୍ବିଣ୍ଡଶିଲ୍ଡରେ ଫାଟ ଦେଖାଯିବାରୁ ବୁଧବାର ମୁମ୍ବାଇ ଯାଉଥିବା ସ୍ପାଇସ୍‌ଜେଟ୍‌ର ଏକ ବିମାନକୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ସ୍ପାଇସ୍‌ଜେଟ୍‌ ବି୭୩୭ ବିମାନରେ ୧୭୬ ଯାତ୍ରୀ ଏବଂ ୬ ଜଣ କ୍ୟାବିନ୍‌...

ମୋ’ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବାରୁ ମୁଁ କୃତଜ୍ଞ: ପ୍ରମିଳା

ଭୁବନେଶ୍ୱର,୨୦ା୯(ଅନିଲ ଦାସ): ବିଜେଡିର ବରିଷ୍ଠ ନେତ୍ରୀ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତ। ଏ ନେଇ ବିଜେଡି ପକ୍ଷରୁ ବୁଧବାର ତାଙ୍କ ନାମ ଘୋଷଣା କରାଯାଇଛି। ସେ ମନ୍ତ୍ରୀ ପଦବୀରୁ ଇସ୍ତଫା...

ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାସ୍‌

ନୂଆଦିଲ୍ଲୀ,୨୦।୯: ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ-୨୦୨୩) ଲୋକସଭାରେ ପାରିତ ହୋଇଛି। ସ୍ଲିପ ଦ୍ୱାରା ଭୋଟିଂ କରାଯାଇଥିଲା। ବିଲ ସପକ୍ଷରେ ୪୫୪ ଭୋଟ ଏବଂ ବିରୋଧରେ ଦୁଇଟି ଭୋଟ ଦିଆଯାଇଥିଲା। ଭୋଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୪୪ ଲକ୍ଷ ୫୬ ହଜାର ଚାଷୀଙ୍କ ଆକାଉଣ୍ଟକୁ ଗଲା ୯୦୦ କୋଟି ଟଙ୍କାର କାଳିଆ ସହାୟତା

ଭୁବନେଶ୍ୱର,୨୦ା୯(ଅସମାପିକା ସାହୁ): ନୂଆଖାଇ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି...

୨୦୨୯ ପରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେବ: ସ୍ପଷ୍ଟ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ୨୦୨୯ ପରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେବ ବୋଲି ବୁଧବାର ଲୋକସଭାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଯୁଗ ପରିବର୍ତ୍ତନକାରୀ ବିଲ। ମୋ ଦଳ ତଥା...

ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର,୨୦ା୯: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ ହେବେ ବୋଲି ବୁଧବାର ଦଳ ପକ୍ଷରୁ ଘୋଷଣା କରାଯାଇଛି। ପ୍ରମିଳା ଆସନ୍ତାକାଲି ପ୍ରାର୍ଥତ୍ପତ୍ର ଦାଖଲ କରିବେ। ୨୨ ତାରିଖ (ଶୁକ୍ରବାର) ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।...

ଜିନ୍‌ପିଙ୍ଗ୍‌ଙ୍କ ନିମନ୍ତ୍ରଣ ରକ୍ଷା କଲେ ପୁଟିନ, ଅକ୍ଟୋବରରେ ଗସ୍ତ କରିବେ ଚାଇନା

ମସ୍କୋ,୨୦ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ସେ ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗ୍‌ଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ଏହି ନିମନ୍ତ୍ରଣ ପାଇ ସେ ଅକ୍ଟୋବରରେ ଚାଇନା ଗସ୍ତ ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି। ପୁଟିନ ଏକ...

ଶେୟାର ବଜାର: ନିବେଶକମାନେ ୩ ଲକ୍ଷ କୋଟି ହରାଇଲେ, ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇଛି, ନିଫ୍ଟି ୧୯୯୫୦ରୁ ଖସିଲା..

ମୁମ୍ବାଇ,୨୦।୯ : ବୁଧବାର ଷ୍ଟକ ମାର୍କେଟରେ ବଡ ବିକ୍ରି ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ବା ଏକ ପ୍ରତିଶତ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri