Tag Archives: Home Middle

ସୁଇଜ କେନାଲରେ ୨ ଟ୍ୟାଙ୍କର୍‌ ମୁହାଁମୁହିଁ …

କାହିରା,୨୩।୮: ଇଜିପ୍ଟର ସୁଇଜ କେନାଲରେ ସିଙ୍ଗାପୁରରୁ ଯାଇଥିବା ବିଡବ୍ଲୁ ଲେସମେସ ଏବଂ କେମାନ ଦ୍ୱୀପପୁଞ୍ଜରୁ ଆସିଥିବା ଟ୍ୟାଙ୍କର୍‌ ମୁହାଁମୁହିଁ ହୋଇଛନ୍ତି। ବୁଧବାର ସକାଳେ ଜାହାଜ ଟ୍ରାକିଂ କମ୍ପାନୀ ମେରାଇନ ଟ୍ରାଫିକ ଏହି ସୂଚନା ଦେଇଛି। ଶିପିଂ ଟ୍ରାକରରେ ଏଲଏନଜି ବାହକ...

ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଙ୍ଗ୍‌ ସମୟରେ ଦକ୍ଷିଣ ଆଫ୍ରିକାରୁ ଭର୍ଚୁଆଲ ମାଧ୍ୟମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ସମଗ୍ର ଦେଶରେ ଚନ୍ଦ୍ରୟାନର ସଫ୍ଟ ଲ୍ୟାଣ୍ଡିଙ୍ଗ୍‌ ପାଇଁ ପ୍ରାର୍ଥନା କରାଯାଉଛି। ଏଥି ସହିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ...

ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦି

ଜୋହାନ୍ସବର୍ଗ/ନୂଆଦିଲ୍ଲୀ,୨୩ା୮: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ରାଷ୍ଟ୍ର ସମୂହ ବ୍ରିକ୍ସର ପଞ୍ଚଦଶ ସମ୍ମିଳନୀ ମଙ୍ଗଳବାର ଜୋହାନ୍ସବର୍ଗରେ ଆରମ୍ଭ ହୋଇଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଇତିହାସ ରଚିବାକୁ ପ୍ରସ୍ତୁତ ଭାରତ, ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ପୋଲରେ ହେବ ‘ସଫ୍ଟ ଲ୍ୟାଣ୍ଡିଙ୍ଗ୍‌’

ନୂଆଦିଲ୍ଲୀ,୨୩।୮: ମହାକାଶ ଜଗତରେ ଇତିହାସ ସୃଷ୍ଟି କରିବାକୁ ଭାରତ ପ୍ରସ୍ତୁତ ରହିଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ତୃତୀୟ ଚନ୍ଦ୍ର ମିଶନର ଅଧୀନରେ ଚନ୍ଦ୍ରୟାନ -୩ ର ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ୍‌) ବୁଧବାର ସନ୍ଧ୍ୟା ୬.୦୪ରେ ଚନ୍ଦ୍ର ପୃଷ୍ଠରେ...

ଗାଡ଼ିରେ ଲେଖା ହେବନି ଜାତି ସୂଚକ ଶବ୍ଦ, ନୋଏଡା ଟ୍ରାଫିକ ପୋଲିସର କଡ଼ା ପଦକ୍ଷେପ…

ଲକ୍ଷ୍ନୌ,୨୨।୮ : ଯେଉଁମାନେ ଉତ୍ତରପ୍ରଦେଶର ଯାନବାହାନରେ ଜାତି ଓ ଧର୍ମ ସୂଚକ ଶବ୍ଦ ଲେଖୁଛନ୍ତି, ସେମାନେ ଏବେ ଆଉ ସୁରକ୍ଷିତ ନୁହଁନ୍ତି। ଏଭଳି ଗାଡି ବିରୋଧରେ ନୋଏଡା ଟ୍ରାଫିକ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଭଳି ଗାଡି ବିରୋଧରେ...

ଚନ୍ଦ୍ରର ଦକ୍ଷିଣ ଭାଗରେ କାହିଁକି ଅବତରଣ କରିବ ଚନ୍ଦ୍ରାୟାନ ୩, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୨।୮: ଇତିହାସ ରଚିବାକୁ ଯାଉଛି ଭାରତ। ୨୩ ଅଗଷ୍ଟ ଅର୍ଥାତ୍‌ ବୁଧବାର ଭାରତ ପାଇଁ ବଡ ଦିନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ଚନ୍ଦ୍ରାୟାନ-୩ ଉପରେ ରହିଛି ସାରା ବିଶ୍ୱର ନଜର। ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର୍‌ ଅଲଗା...

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା: ପୋଲିସ ମୁଖ୍ୟାଳୟକୁ ଡିଆଇଜି ବ୍ରିଜେଶ ରାୟଙ୍କ ବଦଳି

ଭୁବନେଶ୍ୱର,୨୨ା୮(ଅନିଲ ଦାସ):   ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ରାଜ୍ୟ ସରକାର କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି।  ତାଙ୍କ ସ୍ତ୍ରୀ ଜଣେ ମହିଳା ହୋମ୍‌ଗାର୍ଡଙ୍କୁ ନିର୍ଯାତନା  ଦେଇଥିବା ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...

ଆମେରିକାରେ କରୋନା ଲହର: ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ…

ଓ୍ବାଶିଂଟନ,୨୨।୮ : କୋଭିଡ-୧୯ ଆମେରିକାରେ ଏକ ନୂଆ ଲହର ଭାବରେ ଫେରି ଆସିିଛି ବୋଲି ଚର୍ଚ୍ଚା ହେଉଛି। ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦେଶରେ ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ ହେବାରେ ଲାଗିଛନ୍ତିି। ଫଳରେ ସ୍ଥାନୀୟ ଲୋକେ ସତର୍କ ହେବାରେ...

ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ ନୂତନ ଏନଜିଟି ଅଧ୍ୟକ୍ଷ ନିଯୁକ୍ତ…

ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସରକାରଙ୍କ ପକ୍ଷରୁ କଲିକତା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ଏବଂ ବୁଧବାରଠାରୁ ଦାୟିତ୍ୱ ଗ୍ରହଣ କରିବେ। ୬...

ସିବିଆଇ ଡିଆଇଜି ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସରକାର ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୋହିତ ଗୁପ୍ତା ଉତ୍ତର ପ୍ରଦେଶ କ୍ୟାଡରର ୨୦୦୬ ବ୍ୟାଚ ଭାରତୀୟ...

ବିବାଦରେ ମାଲେସିଆ ପ୍ରଧାନମନ୍ତ୍ରୀ ଇବ୍ରାହିମ, ଯୁବକଙ୍କ ଧର୍ମାନ୍ତରିକରଣ କରିଥିବା ଅଭିଯୋଗ

କୁଆଲା ଲୁମପୁର,୨୨।୮:ମାଲେସିଆର ପ୍ରଧାନମନ୍ତ୍ରୀ ଅନବର ଇବ୍ରାହିମ ବିବାଦ ଘେରରେ ଅଛନ୍ତି। ଅଣ-ମୁସଲମାନ ସମ୍ପ୍ରଦାୟ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। କାରଣ ପ୍ରଧାନମନ୍ତ୍ରୀ ଇବ୍ରାହିମ କିଛି ଦିନ ପୂର୍ବରୁ ସେଲାଙ୍ଗୋର ଜୁମାରେ ନମାଜ ପଢିବା ପରେ ଜଣେ ହିନ୍ଦୁ ଯୁବକଙ୍କୁ ଇସଲାମରେ...

ଜିନପିଙ୍ଗଙ୍କ ଭାବମୂର୍ତ୍ତି ବଞ୍ଚାଇବାକୁ ଚେଷ୍ଟା କରୁଛି ଚାଇନା, ନୈରାଶ୍ୟଜନକ ତଥ୍ୟ ଲୁଚାଯାଉଛି…

ବେଜିଂ,୨୨।୮ : ଏକ ଦଶନ୍ଧି ଧରି ଲାଗୁଥିଲା ରାଷ୍ଟ୍ରପତି ଶି ଜିନପିଙ୍ଗ କୌଣସି ଭୁଲ କରିପାରିବେ ନାହିଁ। ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିପିସି) ଦ୍ୱାରା ନିୟନ୍ତ୍ରିତ ଗଣମାଧ୍ୟମ ତାଙ୍କୁ ପ୍ରଶଂସା କରିଥିଲେ। ସେ ସାରା ଦେଶରେ ଖବରକାଗଜର ପ୍ରଥମ ପୃଷ୍ଠାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri