Tag Archives: National

ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨୩୩ କୋଟିର ବିମାନ, ମନ୍ତ୍ରୀଙ୍କ ପାଇଁ କିଣାଗଲା ଦାମୀ ଗାଡ଼ି

ଭୋପାଳ,୧୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଇଁ କିଣାଯିବ ବିମାନ। ଏହାର ମୂଲ୍ୟ ୨୦୦ କୋଟିରୁ ଊର୍ଦ୍ଧ୍ୱ ବୋଲି କୁହାଯାଉଛି। ଏଥିସହ ମନ୍ତ୍ରୀମାନଙ୍କ ପାଇଁ ଦାମୀ ଗାଡ଼ି ମଧ୍ୟ କିଣାଯାଇସାରିଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମନ୍ତ୍ରୀମାନଙ୍କୁ ତାହା...

କ୍ୟାପ୍‌ଟେନ୍‌ ଅଂଶୁମାନ ସିଂ କିଏ? ଯିଏ ଶହୀଦ ହେବା ପରେ ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ ଦାବି କରୁଛନ୍ତି ମା’…

ନୂଆଦିଲ୍ଲୀ,୧୦।୭: ୨୦୨୩ ଜୁଲାଇ ୧୯ରେ ସିଆଚିନ୍‌ରେ ଏକ ଦୁର୍ଘଟଣାରେ କ୍ୟାପ୍‌ଟେନ୍‌ ଅଂଶୁମାନ ସିଂ ଶହୀଦ ହୋଇଥିଲେ। ନିକଟରେ ତାଙ୍କୁ ମରୋଣତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯେତେବେଳେ ଅଂଶୁମାନଙ୍କ ସାହସିକତାର କାହାଣୀ ବର୍ଣ୍ଣନା...

ରୁଷିଆର ‘ସର୍ବୋଚ୍ଚ ନାଗରିକ ସମ୍ମାନ’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି-Video

ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ରିୟୁ ଦ ଏପୋଷ୍ଟଲ ଦ ଫାଷ୍ଟ କଲ୍‌ଣ୍ଡ’ ରେ ସମ୍ମାନିତ କରାଯାଇଛି। ଭାରତ ଏବଂ ରୁଷିଆ ମଧ୍ୟରେ ଭାଗିଦାରୀ ତଥା ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବାରେ...

ସିଜେଆଇଙ୍କୁ ପତ୍ର ଲେଖିଲେ ୧୫୦ ଆଇନଜୀବୀ,କେଜ୍‌ରିଓ୍ବାଲଙ୍କ ଜାମିନ ରୋକାଯିବା ଚିନ୍ତାଜନକ…

ନୂଆଦିଲ୍ଲୀ,୭ା୭: ଅବକାରୀ ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର କରିଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାକୁ ଚ୍ୟାଲେଞ୍ଜ କରିବାରୁ ହାଇକୋର୍ଟ ଏହା ଉପରେ...

ବିଏସ୍‌ପିର ତାମିଲନାଡ଼ୁ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା, ୬ ଜଣ ଘେରିଯାଇ ନେଇଗଲେ ଜୀବନ

ଚେନ୍ନାଇ,୫।୭: ତାମିଲନାଡ଼ୁ ବିଏସ୍‌ପିର ପ୍ରଦେଶ ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଛି। ତାଙ୍କ ଉପରେ ଆକ୍ରମଣ ହେବା ପରେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଚେନ୍ନାଇ ପୋଲିସର ଏକ ଅଧିକାରୀ କହିଛନ୍ତି ଯେ,...

‘ଅଗଷ୍ଟରେ ଭାଙ୍ଗିବ ‘ମୋଦି ସରକାର’, ଦେଶରେ ଯେକୌଣସି ମୂହୁର୍ତ୍ତରେ ହୋଇପାରେ ନିର୍ବାଚନ’

ନୂଆଦିଲ୍ଲୀ,୫।୭: ଅଗଷ୍ଟରେ ଭାଙ୍ଗିବ ମୋଦି ସରକାର। ଏହାପରେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ବୋଲି ବଡ଼ ଦାବି କରିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଏପରିକି ଦେଶରେ ଯେକୌଣସି ମୂହୁର୍ତ୍ତରେ ନିର୍ବାଚନ ହୋଇପାରେ ବୋଲି ସେ କହିବା...

ହଠାତ୍‌ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସୁରକ୍ଷା ବଢ଼ାଇଲା ଦିଲ୍ଲୀ ପୋଲିସ, କି ବିପଦ ପଡ଼ିଲା?

ନୂଆଦିଲ୍ଲୀ,୪।୭: ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ବିରୋଧୀ ଦଳର ଏହି ନେତାଙ୍କ ଆବାସ ବାହାରେ ସାମରିକ ବାହିନୀର ଏକ ଟିମ୍‌ ଏବଂ ଦିଲ୍ଲୀ ପୋଲିସର ଅନେକ ଟିମ୍‌ ନିୟୋଜିତ...

କିଏ ସେ ସ୍ବୟଂମ୍ଭୁ ‘ଭୋଲେ ବାବା’? ଯାହାଙ୍କ ସତସଙ୍ଗ ବେଳେ ଦଳାଚକଟା ଯୋଗୁ ଅବେଳରେ ଝଡ଼ିଗଲା ୧୦୦ ଜୀବନ… 

ଲକ୍ଷ୍ନୌ,୨।୭: ଉତ୍ତରପ୍ରଦେଶର ହାଥରସ୍‌ରେ ମଙ୍ଗଳବାର ବଡ଼ ଅଘଟଣ ଘଟିଛି। ଏଠାରେ ‘ଭୋଲେ ବାବା’ଙ୍କ ସତସଙ୍ଗରେ ହଠାତ ଦଳାଚକଟା ହେବା ଯୋଗୁ ୧୦୦ରୁ ଅଧିକ ଜୀବନ ଚାଲିଯାଇଛି। ଏବେବି ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।...

କାନ୍ଦ ବୋବାଳିରେ ଫାଟୁଛି ଡାକ୍ତରଖାନା ପରିସର; ହାଥରସ୍‌ ଅଘଟଣରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଲା…

ହାଥରସ୍‌,୨।୭: ଉତ୍ତରପ୍ରଦେଶ ହାଥରସ୍‌ରେ ସତସଙ୍ଗ ଚାଲିଥିବା ବେଳେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ସାମିଲ ଅଛନ୍ତି। ସେହିଭଳି ଆହତମାନଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ ଅନେକେ...

ହାଥରସ୍‌ରେ ବଡ଼ ଅଘଟଣ: ସତସଙ୍ଗରେ ଦଳାଚକଟା ଯୋଗୁ ୨୭ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଗୁରୁତର

ହାଥରସ୍‌,୨।୭: ଉତ୍ତରପ୍ରଦେଶ ହାଥରସ୍‌ରେ ସତସଙ୍ଗ ଚାଲିଥିବା ବେଳେ ଦଳାଚକଟା ଯୋଗୁ ୨୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ଆହୁରୀ ବଢ଼ିବାର ଆଂଶଙ୍କା...

ଅଖିଳେଶଙ୍କୁ ସ୍ବତନ୍ତ୍ର ଭେଟି, ସମାଜବାଦୀ ପାର୍ଟି ମୁଖ୍ୟାଳୟ ବାହାରେ ଲାଗିଲା ‘ଭାବି ପ୍ରଧାନମନ୍ତ୍ରୀ’ ପୋଷ୍ଟର…

ଲକ୍ଷ୍ନୌ,୨୯।୬: ଲୋକ ସଭା ନିର୍ବାଚନ ୨୦୨୪ରେ ଦେଶର ୩ୟ ସର୍ବବୃହତ ଦଳ ପାଲଟିଛି ସମାଜବାଦୀ ପାର୍ଟି। ଏହାକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ଅଖିଳେଶ ଯାଦବ ଅଧିକ ସକ୍ରିୟ...

ସ୍ତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟାର ବାଟ ବାଛି ନେଲେ ଭଜନ ଗାୟକ, ଭାଇଙ୍କୁ ପଠାଇଲେ ଭିଡିଓ

ଗ୍ବାଲିଅର,୨୮।୬: ମଧ୍ୟପ୍ରଦେଶ ଗ୍ବାଲିୟରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଭଜନ ଗାୟକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ସେ ନିଜ ଭାଇକୁ ୬ ମିନିଟ ୫୦ ସେକେଣ୍ଡର ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri