ଓ୍ବାଶିଂଟନ, ୩ା୬(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡୀୟ ତାହାଉର ରାଣା ଭାରତକୁ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ଆମେରିକା କୋର୍ଟରେ ପିଟିଶନ ଦାଏର କରିଛନ୍ତି। ରାଣାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ଗତ ମାସରେ ଆମେରିକା କାଲିଫର୍ନିଆର ଡିଷ୍ଟ୍ରିକ୍ଟ କୋର୍ଟ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଅନୁମୋଦନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ୬୨ ବର୍ଷୀୟ ରାଣା ଆଟର୍ନିଙ୍କ ଜରିଆରେ ରିଟ୍ ପିଟିଶନ ଦାଏର କରିଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ କରାଯିବା ଦ୍ୱାରା ଆମେରିକା-ଭାରତ ପ୍ରତ୍ୟର୍ପଣ ଚୁକ୍ତିନାମାର ଉଲ୍ଲଂଘନ ହେବ ବୋଲି ଆଟର୍ନି ଯୁକ୍ତି ଦର୍ଶାଇଛନ୍ତି।