ଝାରସୁଗୁଡା ଅଫିସ,୧୦।୫: ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସଭାପତି ଟହଲୁ ସାହୁ ଏବଂ ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ର ସର୍ବଭାରତୀୟ ବରିଷ୍ଠ ନାଗରିକ କନ୍ଫେଡେରେଶନର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏନେଇ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି।
ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାର ସମୁଦାୟ ୧୦ ଜିଲାକୁ ନେଇ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ୨୦୧୮ରେ ଗଠନ କରାଯାଇଥିଲା । ଏହା ୨୦୨୧ରେ ସରକାରୀ ସ୍ବୀକୃତି ଲାଭ କରିଥିଲା। ଏଥିରେ ପଶ୍ଚିମ ଓଡ଼ିଶାର ବହୁ ବରିଷ୍ଠ ନାଗରିକ ସଦସ୍ୟ ରହିଛନ୍ତି। ଇତିମଧ୍ୟରେ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ସର୍ବଭାରତୀୟ ବରିଷ୍ଠ ନାଗରିକ ମହାସଂଘରେ ସାମିଲ ହେବା ପାଇଁ ଆବେଦନ କରିଥିବା ବେଳେ ଏହା ଅନୁମୋଦନ ପାଇଛି। ଏବେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ସର୍ବଭାରତୀୟ ବରିଷ୍ଠ ନାଗରିକ କନ୍ଫେଡେରେଶନ ସଦସ୍ୟ ସହବନ୍ଧିତ ହୋଇପାରିଛି।