ରାଇକିଆ,୨୯।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସେ ଏକ ପଥର ବୋଝେଇ ଟ୍ରାକ୍ଟରକୁ ଛାଡ଼ିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗିରଫ କରଯାଇଛି । ତହସିଲଦାରଙ୍କ ସରକାରୀ ବାସଭବନରେ ପ୍ରଥମେ ଚଢ଼ାଉ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇଥିଲା। ମଣ୍ଡାକିଆ ଗ୍ରାମର ସେନାପତି ପ୍ରଧାନ ନାମକ ଜଣେ ବ୍ୟକ୍ତି ଏନ୍ଆରଇଜିଏରେ ଏକ କୂଅ ଖୋଲିବା ପାଇଁ ପଥର ନେଉଥିବା ବେଳେ ତହସିଲଦାର ଟ୍ରାକ୍ଟର ଅଟକାଇବା ସହ ୪୦ ହଜାର ଟଙ୍କା ଦାବି କରିଥିଲେ। ସେନାପତି ନିରୁପାୟ ହୋଇ ଭିଜିଲାନ୍ସର ସାହାରା ନେଇଥିଲେ।