ଭିଜିଲାନ୍ସ ଜାଲରେ ତହସିଲଦାର

ରାୟଗଡ଼ା,୫।୭(ଆଶିଷ ରଞ୍ଜନ ପଣ୍ଡା): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। ତାଙ୍କ ସରକାରୀ ଗାଡି ଭିତରୁ ଜବତ କରାଯାଇଛି ୧ ଲକ୍ଷ ୧୫ ହଜାର ଟଙ୍କା। ହନୁମନ୍ତପୂର ଗ୍ରାମର ଗୋଟିଏ ଗୋଷ୍ଠୀ ଠାରୁ ସେ ଏହି ଟଙ୍କା ଲାଞ୍ଚ ନେଇଥିଲେ। ସରକାରୀ ଜମିରେ ପଟ୍ଟା ପ୍ରଦାନ ପାଇଁ ଲାଞ୍ଚ ନେଇ ଗାଡି ଭିତରେ ରଖିଥିଲେ ତହସିଲଦାର। ତେବେ ଏହା କୌଣସି ସୂତ୍ରରେ ଜାଣିବାକୁ ପାଇଥିଲେ ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା। ଏହା ଜଣାପଡିବା ପରେ ଇନ୍ସପେକ୍ଟର ତରୁଲତାଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ ତହସିଲଦାର ଗାଡ଼ିକୁ ଗୋଡ଼ାଇ ଥିଲେ। ହେଲେ ସେ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ବୈଠକରେ ଯୋଗଦେବାକୁ ଆସିଥିଲେ। ବୈଠକ ସରିବା ପରେ ଚନ୍ଦ୍ରପୁର ଫେରିବା ପାଇଁ ବାହାରିବା ବେଳେ ଭିଜିଲାନ୍ସ ଟିମ ଧରିଥିଲା। ଭିଜିଲାନ୍ସ ଟିମ ଧରିବା ପରେ ଉକ୍ତ ଟଙ୍କା ଫୋପାଡିବା ପାଇଁ ତହସିଲଦାର ବିଚିତ୍ରାନନ୍ଦ ନାୟକ ଉଦ୍ୟମ କରିଥିଲେ। କିନ୍ତୁ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଆଉ ଫିଙ୍ଗି ପାରିଲେ ନାହିଁ। ଏହାପରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଗିରଫ କରି ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟ ଆଣିଥିଲେ କର୍ତ୍ତୃପକ୍ଷ। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାର ତଦନ୍ତ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆବାସିକ ବିଦ୍ୟାଳୟରେ ବ୍ୟାପୁଛି ମ୍ୟାଲେରିଆ

ରାୟଗଡ଼ା,୮।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଡିପ୍‌ଥେରିଆ ସଂକ୍ରମଣ ଭୟ ମନରୁ ଲିଭି ନ ଥିବାବେଳେ ଏବେ ମ୍ୟାଲେରିଆ ଏବଂ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଜିଲାର...

ପୁଣି ଟାଙ୍ଗୀ ବନାଞ୍ଚଳରେ ଏକ ଦନ୍ତାହାତୀର ମୃତ୍ୟୁ

ନିରାକାରପୁର, ୮।୭(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂ ପଞ୍ଚାୟତ ଡମଣଭୂମି ଛୋଟରାୟସାହିର ଜଣେ ବ୍ୟକ୍ତିଙ୍କ ବାରି...

ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଲାଗି ମିଳିଲା ମଞ୍ଜୁରୀ, ୧୫୨୪.୧୭ ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ ହେବ ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର, ୮।୭: ନୟାଗଡ଼ ଜିଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜଙ୍ଗଲ ଜମିରେ...

ନବୀନ ଦେଲେ ଇସାରା! ପାଣ୍ଡିଆନ୍‌ ହିଁ ବିଜେଡିର… ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୮।୭: ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ଦଳରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ତାଙ୍କ ସ୍ବାକ୍ଷରରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ରାଜ୍ୟସ୍ତରୀୟ...

ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତରଙ୍କୁ ପିଟିଲେ ପୋଲସ, କାରଣ ଜାଣିଲେ…

ପୁରୀ,୮।୭: ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତର ଶାନ୍ତନୁ ପାଢ଼ୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ...

ଅଙ୍ଗନଓ୍ବାଡି ଘର ଭାଙ୍ଗିଦେଲେ ହାତୀପଲ

ଲାଞ୍ଜିଗଡ଼,୮ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଲାଞ୍ଜିଗଡ଼ ସେକ୍ସନର ଗୌଡ଼ଥୁଆଗୁଡା ଗାଁରେ ହାତୀପଲ ଉପଦ୍ରବ କରିଛନ୍ତି। ରବିବାର ରାତିରେ...

ପାଣ୍ଡିଆନ୍‌ଙ୍କ ପାଇଁ ୨ ବିଜେଡି ନେତାଙ୍କ ଭିତରେ କଳି, ଦେବାଶିଷଙ୍କ ବୟାନକୁ ନେଇ ପ୍ରଭାତ କହିଲେ…

ଭୁବନେଶ୍ୱର,୮।୭: ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ବୟାନଙ୍କୁ ନେଇ କାଉଣ୍ଟର ଆଟାକ୍‌ କରିଛନ୍ତି ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ଏମିତି କହିବାକୁ ଦେବାଶିଷଙ୍କୁ...

ଗୁଣ୍ଡିଚା ମନ୍ଦିରକୁ ଗଲେ ବଳଦେବଜୀଉ

କେନ୍ଦୁଝର,୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳନ ନେଇ କେନ୍ଦୁଝର ଜିଲା ଉତ୍ସବମୁଖର ହୋଇଉଠିଛି। କେନ୍ଦୁଝର ପୁରୁଣା ସହର ଓ ବଡ଼ଦାଣ୍ଡ ଉଛୁଳି ପଡୁଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri