ରାସ୍ତାରୁ ବାଡ଼ ହଟାଇଲେ ତହସିଲଦାର

ଖଇରା,୧୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲାର ଖଇରା ଓ ସିମୁଳିଆ ୨ ବ୍ଲକକୁ ସଂଯୋଗ କରୁଥିବା ତୁଡିଗଡିଆ-ଆନନ୍ଦପୁର ଭାୟା ମାଖନପୁର ରାସ୍ତାକୁ ମେଦିନପୁର ଗ୍ରାମ ନିକଟ ଦେଇ ଯାଇଥିବା ରାସ୍ତାକୁ ଜଣେ ବ୍ୟକ୍ତି ନିଜର ବୋଲି ଦାବି କରି ୨ପାର୍ଶ୍ୱରେ ବାଡ ବସାଇ ଦେଇଥିଲେ। ରାସ୍ତା ନିର୍ମାଣ ବନ୍ଦ ରହିବା ସହ ଯାତାୟାତ ବାଧାପ୍ରାପ୍ତ ହେବା ପରେ ମେଦିନପୁର ସମେତ ଅନ୍ୟାନ୍ୟ ଗ୍ରାମର ବାସିନ୍ଦା ଖଇରା ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଗୁରୁବାର ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣା ଓ ଖଇରା ଥାନା ଏସ୍‌ଆଇ ମୌସୁମୀ ମହାନ୍ତି ଘଟଣାସ୍ଥଳକୁ ଯାଇ ବାଡ଼ ଉଠାଇବା ସହ ରାସ୍ତାରେ ଯାତ୍ରୀ ଚଳାଚଳ ଓ ନିର୍ମାଣ କାର୍ଯ୍ୟକୁ ସ୍ବାଭାବିକ କରିଥିଲେ।