ସୈଫ୍‌ଙ୍କ ଉପରକୁ ହାତ ଉଠାଇଲେ ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ବଡ଼ ପୁଅ ତୈମୁର ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ରାଗିକି ବାପା ସୈଫ୍‌ଙ୍କୁ ହାତ ଉଠାଉଥିବା ଭିଡିଓ ଭାଇରାଲ ହୋଇଛି। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନି ତୈମୁର ଏବଂ ସୈଫଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓ ଦେଖି ବୁଝାପଡେ ଯେ ତୈମୁର ବହୁତ ରାଗିଯାଇଛନ୍ତି। ସେ ତାଙ୍କ ବାପାଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି। ସେ ଏତେ ରାଗିଯାଇଛନ୍ତି ଯେ ବାପାଙ୍କ ଉପରକୁ ହାତ ଉଠାଇଛନ୍ତି। ପରେ ସୈଫ୍‌ ତାଙ୍କୁ ବୁଝାଇବାକୁ ଲାଗିପଡିଛନ୍ତି। ଏହି ଭିଡିଓ ଭାଇରାଲ ହେବାପରେ ୟୁଜର୍ସ ପିଲାଙ୍କୁ ଭଲ ଶିକ୍ଷା ଦେବାପାଇଁ ସୈଫ ଏବଂ କରୀନାଙ୍କୁ ପରାମର୍ଶ ଦେଇଛନ୍ତି।
ଗତ ବର୍ଷ କରୀନା କପୁର ତାଙ୍କର ଦ୍ୱିତୀୟ ସନ୍ତାନ ଜେହଙ୍କୁ ଜନ୍ମ ଦେଇଥିଲେ। କରୀନା ଖୁବ ଶୀଘ୍ର ‘ଲାଲ ସିଂ ଚଢା’ରେ ନଜର ଆସିବେ। ଅନ୍ୟପକ୍ଷରେ, ସୈଫ ‘ଆଦିପୁରୁଷ’ରେ ଲଙ୍କାପତି ରାବଣ ଭୂମିକାରେ ଅଭିନୟ କରିବେ। ଏଥିପାଇଁ ସେ ଶୁଟିଂରେ ବ୍ୟସ୍ତ ଅଛନ୍ତି।

Share