ଫଟୋଗ୍ରାଫରଙ୍କୁ ଦେଖି ବିରକ୍ତ ହେଲେ ତୈମୁର: ରାଗରେ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁରଙ୍କର ଅନେକ ପ୍ରଶଂସକ ରହିଛନ୍ତି। ତୈମୁରଙ୍କର ଗୋଟିଏ ଲୁକ୍‌ ପାଇଁ ଫଟୋଗ୍ରାଫରମାନେ ତାଙ୍କ ଘର ସାମ୍ନାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି। ନିକଟରେ ତୈମୁରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତୈମୁର ଫଟୋଗ୍ରାଫରଙ୍କୁ ଦେଖି ଚିତ୍କାର କରୁଥିବା ଦେଖିବାକୁ ମିଳୁଛି।
ବୁଧବାର ତୈମୁର ମା’ କରୀନାଙ୍କ ସହ ବାହାରକୁ ଯାଇଥିଲେ। ଘରକୁ ଫେରିବା ପରେ ଗାଡିରୁ ମା’ଙ୍କ ସହ ଓହ୍ଲାଇଥିଲେ। ଏହି ସମୟରେ ସାମ୍ନାରେ ଫଟୋଗ୍ରାଫରଙ୍କୁ ଦେଖି ରାଗିଯାଇଥିଲେ। ପରେ ‘ନୋ ଫଟୋ’ କହି ତିତ୍କାର କରିଥିଲେ। ଏହାପରେ କରୀନା ତାଙ୍କୁ ନିଜ ସାଙ୍ଗରେ ନେଇଯିବାକୁ ଚେଷ୍ଟା କରିଥିଲେ। ମା’ଙ୍କ ସହ ଘରେ ପ୍ରବେଶ କରିବା ପରେ ତୈମୁର ଫଟୋଗ୍ରାଫରଙ୍କୁ କିକ୍‌ ଦେଖାଇଥିଲେ। ଏହି ଅବସରରେ ତୈମୁର ଧୂସର ରଙ୍ଗର ଏକ ସାର୍ଟ ପିନ୍ଧିଥିବା ବେଳେ ନୀଳ ରଙ୍ଗର ଡେନିମ୍‌ ଏବଂ ଧଳା ଜୋତା ପିନ୍ଧିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ଭିଡିଓକୁ ୧ ଲକ୍ଷରୁ ଊଦ୍ଦ୍ବ ଲୋକ ଦେଖିସାଛନ୍ତି।

Share