ଛୋଟ ଭାଇକୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ତୈମୁର

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ଦ୍ୱିତୀୟ ସନ୍ତାନକୁ ରବିବାର ଜନ୍ମ ଦେଇଛନ୍ତି। ଏହି ଖବର ଜାଣିବା ପରେ ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନାର ସୁଅ ଛୁଟୁଛି। ଏହି ସମୟରେ ସୈଫ ଏବଂ କରୀନାଙ୍କ ବଡ଼ ପୁଅ ତୈମୁର ଛୋଟ ଭାଇକୁ ଦେଖିବା ପାଇଁ କ୍ୟାଣ୍ଡି ହସ୍ପିଟାଲ ଯାଇଥିବା ବି ଦେଖିବାକୁ ମିଳିଛି। ପିତା ସୈଫଙ୍କ ସହ ତାଙ୍କୁ ହସ୍ପିଟାଲ ବାହାରେ ସ୍ପଟ୍‌ କରାଯାଇଛି। ଏଥିସହିତ କରୀନାଙ୍କ ଭଉଣୀ କରିସ୍ମା କପୁର, ପିତା ରଣଧୀର କପୁର ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି। ସେମାନେ ସମସ୍ତେ ଖୁସି ଥିବା ଜଣାପଡୁଛନ୍ତି। ତୈମୁରଙ୍କ ଜନ୍ମ ସମୟରେ ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ଥିଲେ। ୨୦୧୬ ଡିସେମ୍ବର ୨୦ରେ ଜନ୍ମ ହୋଇଥିଲେ। ୪ ବର୍ଷ ପରେ ପୁଣି ସୈଫ୍‌-କରୀନାଙ୍କ ଘରକୁ ଆଉ ଏକ ଖୁସି ଖବର ଆସିଛି। ଏହି ଖୁସିରେ କାହା ଗୋଡ଼ ଆଉ ତଳେ ଲାଗୁନି।

Share