ଚାଇନା ସହ ତିକ୍ତତା ମଧ୍ୟରେ ପ୍ରଥମ ସ୍ବଦେଶୀ ବୁଡ଼ାଜାହାଜ ନିର୍ମାଣ କଲା ତାଇୱାନ

ତାଇପେଇ,୨୮।୯: ଚାଇନା ସହିତ ତିକ୍ତତା ମଧ୍ୟରେ ତାଇୱାନ ଏହାର ପ୍ରଥମ ସ୍ବଦେଶୀ ବୁଡ଼ାଜାହାଜ ନିର୍ମାଣ କରିଛି। ପରୀକ୍ଷା ପ୍ରକ୍ରିୟା ପରେ ଏହା ୨୦୨୪ରେ ନୈସେନାରେ ସାମିଲ ହେବ। ତାଇୱାନର ସୁରକ୍ଷାକୁ ଦୃଢ କରିବା ଏବଂ ଚାଇନା ନୈସେନାର ବିରୋଧ ପ୍ରତିରୋଧକ କ୍ଷମତା ବିକାଶ ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।

ଚାଇନା ତାଇୱାନକୁ ନିଜର ଅଂଶ ବୋଲି କହିଆସୁଛି ଏବଂ ଏହାକୁ ଧମକାଇବା ପାଇଁ ଅନେକ ସମୟରେ ଯୁଦ୍ଧ ବିମାନ ଏବଂ ଯୁଦ୍ଧ ଜାହାଜ ପଠାଏ। ଏଭଳି ପରିସ୍ଥିତିରେ ତାଇୱାନ ଏହାର ସଶସ୍ତ୍ର ବାହିନୀକୁ ଆଧୁନିକୀକରଣ କରିବା ପାଇଁ ଏକ ଉଚ୍ଚକୋଟୀ ପ୍ରକଳ୍ପର ସ୍ବଦେଶୀ ବୁଡ଼ାଜାହାଜକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିପାରିଛି।

Share