ତାଇୱାନର ପ୍ରତିରକ୍ଷା ଜୋନ୍‌ରେ ପ୍ରବେଶ କଲା ଚାଇନାର ୩୭ ଯୁଦ୍ଧ ବିମାନ, ୨ ଦେଶ ମଧ୍ୟରେ ବଢିପାରେ ତିକ୍ତତା

ତାଇପେଇ, ୯।୬: ଚାଇନା ପୁଣି ଥରେ ତାଇୱାନର ବାୟୁ ପ୍ରତିରକ୍ଷା ଜୋନ୍‌ରେ ପ୍ରବେଶ କରିବା ନେଇ ୨ ଦେଶ ମଧ୍‌ୟରେ ତିକ୍ତତା ଦେଖାଯାଇଛି। ଗୁରୁବାର ୬ ଘଣ୍ଟା ମଧ୍ୟରେ ୩୦ରୁ ଅଧିକ ଚାଇନାର ଯୁଦ୍ଧ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା ଜୋନ୍‌ରେ ପ୍ରବେଶ କରିଛି। ଏନେଇ ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ଚାଇନା ସର୍ବଦା ଦାବି କରେ ଯେ ତାଇୱାନ ହେଉଛି ସେମାନଙ୍କର ଅଞ୍ଚଳ ଏବଂ ଯଦି ଆବଶ୍ୟକ ହୁଏ ତେବେ ସେମାନେ ଏହାକୁ ଗୋଟିଏ ଦିନରେ ନେବେ। ହେଲେ ତାଇୱାନ ଏହାକୁ ଅସ୍ବୀକାର କରେ।

ନିକଟରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ପରିବେଶ ବହୁତ ବୃଦ୍ଧି ପାଇଛି। ଗତ ବର୍ଷ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଚାଇନା ମଧ୍ୟ ଏହାକୁ କବ୍‌ଜା କରିବା ପାଇଁ ତାଇୱାନ ଉପରେ ଆକ୍ରମଣ କରିପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଆସିନାହିଁ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ବେଜିଂ ଆକ୍ରମଣ ମନବଳରେ ଅଛି। ବାସ୍ତବରେ, ଗତ ବର୍ଷ ତୁଳନାରେ ଚାଇନା ଚଳିତ ବର୍ଷ ଅଧିକ ଆକ୍ରମଣ କରିଛି।

ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ସନ ଲି-ଫାଙ୍ଗ ଗୁରୁବାର କହିଛନ୍ତି ଯେ, ସ୍ଥାନୀୟ ସୂଚନାନୁସାରେ ସକାଳ ପ୍ରାୟ ୫ଟା ସମୟରେ (୨୧୦୦ ଜିଏମ୍‌ଟି)ରେ ସମୁଦାୟ ୩୭ଟି ଚାଇନା ସାମରିକ ବିମାନ ତାଇୱାନର ଦକ୍ଷିଣ-ପଶ୍ଚିମ ପ୍ରତିରକ୍ଷା ଜୋନ୍‌ରେ ପ୍ରବେଶ କରିଛି। ଏହାପୂର୍ବରୁ ଏପ୍ରିଲ ୯ରେ ପ୍ରାୟ ୪୫ ଟି ଯୁଦ୍ଧ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା ଜୋନ୍‌ରେ ପ୍ରବେଶ କରିଥିଲା।

Share