ତାଇଓ୍ବାନ ବାୟୁସୀମାରେ ଚାଇନାର ଅନୁପ୍ରବେଶ

ତାଇପେଇ,୨୬।୧୦: ତାଇୱାନ-ଚାଇନା ମଧ୍ୟରେ ବିବାଦ ଥମୁନାହିଁ। ଗୁରବାର ସକାଳେ ଚାଇନାର ୧୫ଟି ବାୟୁସେନା ବିମାନ ତାଇୱାନର ବାୟୁସୀମାରେ ଅନୁପ୍ରବେଶ କରିଛି। ଏସମ୍ପର୍କରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ତାଇୱାନ ଅଭିଯୋଗ କରିଛି ଯେ, ଚାଇନା ତାଇଓ୍ବାନର ବାୟୁସୀମାକୁ ଯୁଦ୍ଧ ବିମାନ ଓ ଡ୍ରୋନ ପଠାଇଛି।

ଏହିସବୁ ଯୁଦ୍ଧ ବିମାନ ଓ ଡ୍ରୋନ ଚାଇନାର ଯୁଦ୍ଧ ଜାହାଜ ସହିତ ଯୁଦ୍ଧାଭ୍ୟାସ କରୁଥିଲେ। ତାଇଓ୍ବାନର ଏକ ଦ୍ୱୀପକୁ ଚାଇନା ଦାବି କରୁଥିବାବେଳେ ଗତ ଚାରି ବର୍ଷ ମଧ୍ୟରେ ସେଠାରେ ଚାଇନାର ସାମରିକ ଗତିବିଧି ବାରମ୍ବାର ଦୃଶ୍ୟମାନ ହେଉଛି।

Share