ତାଇପେଇ,୨୨।୧୦: ପ୍ରି ଓ୍ବେଡିଂ ଫଟୋଶୁଟ ପାଇଁ ପ୍ରତିଟି କପୁଲ ଭଲ ସ୍ଥାନ ବାଛିଥାନ୍ତି। ବିବାହ ପୂର୍ବରୁ ଏହି ଫଟୋଶୁଟ୍ର ଚାହିଦା ମଧ୍ୟ ଅଧିକ। ଏଥିପାଇଁ ସେମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। କିନ୍ତୁ ତାଇୱାନର ଏକ ଦମ୍ପତି ଏକ ଅଜବ ଧରଣର ଫଟୋଶୁଟ କରିଛନ୍ତି। ଫଟୋଶୁଟ୍ ପାଇଁ ସେ ଅଳିଆ ଗଦାକୁ ବାଛିଛନ୍ତି। ନଣ୍ଟୋ କାଉଣ୍ଟିରେ ଏକ ଦମ୍ପତି ଅଳିଆ ଗଦା ସମ୍ମୁଖରେ ରହି ପ୍ରିଓ୍ବେଡିଂ ଫଟୋ ଶୁଟ କରିଛନ୍ତି। ଏହି ଦମ୍ପତି ହେଲେ ଆଇରିସ ହୁସୁ ଏବଂ ତାଙ୍କ ପ୍ରେମିକା ଇଆନ ସିଲୁ। ଆଦିଆ ଗଦା ଭିତରେ ରହି ପରସ୍ପରକୁ ଆଲିଙ୍ଗନ କରି ସେ ଫଟୋଶୁଟ୍ କରିଛନ୍ତି।
ବିବାହ ଭୋଜିରେ ଖାଦ୍ୟ ନଷ୍ଟ ନ କରିବାକୁ ଇଆନ ତାଙ୍କ ଅତିଥିମାନଙ୍କୁ ଆଗୁଆ wପରାମର୍ଶ ଦେଇଛନ୍ତି। ଭୋଜିକୁ ଆସିବା ସମୟରେ ନିଜ ନିଜର ଏକ ଟିଫିନ ବକ୍ସ ସାଙ୍ଗରେ ଆଣିବାକୁ କହିଛନ୍ତି। ଯାହାଦ୍ୱାରା ଖାଇବା ପରେ ବଳକା ଖାଦ୍ୟକୁ େtସମାନେ ଟିଫିନ୍ରେ ପ୍ୟାକ୍ କରି ଘରକୁ ନେଇ ଯାଇପାରିବେ।