ଭାରତକୁ କୃତଜ୍ଞତା ଜଣାଇଲା ତାଇଓ୍ବାନ

ତାଇପେ/ନୂଆଦିଲ୍ଲୀ,୧୪ା୮: ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଥିବା ତିକ୍ତତାକୁ ସମନ୍ବୟ କରିବାରେ ଭାରତ ଏବଂ ଅନ୍ୟାନ୍ୟ ଦେଶ ତାଇଓ୍ବାନକୁ ସାହାଯ୍ୟ କରିଥିଲେ। ତାଇଓ୍ବାନ ଏନେଇ ରବିବାର ଭାରତକୁ ଧନ୍ୟବାଦ ଜଣାଇଛି। ତାଇଓ୍ବାନ କହିଛି, ଭାରତର ଉଦ୍ୟମ ସେମାନଙ୍କ ଆତ୍ମରକ୍ଷାକୁ ଦୃଢ଼ କରିବ।

ଆମେରିକାର ସଂସଦ ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଗସ୍ତ ପରେ ତାଇଓ୍ବାନ ଏହା କହିଛି। ଚାଇନା ଏଠାରେ ସାମରିକ ଅଭ୍ୟାସ ଆରମ୍ଭ କରିଥିଲା, ନାନ୍ସିଙ୍କ ଗସ୍ତ ପରେ କ୍ଷେପଣାସ୍ତ୍ର ମଧ୍ୟ ମାଡ଼ କରିଥିଲା।

ତାଇଓ୍ବାନ କହିଛି, ବନ୍ଧୁତା ବଢ଼ାଇବା ଏବଂ ବିଶ୍ୱର ଦେଶ ସହ ସମ୍ପର୍କ ବଜାୟ ରଖିବା ଏହାର ଅଧିକାର ଅଟେ। କିନ୍ତୁ ତାଇଓ୍ବାନ ଉପରେ ଚାଇନା ଟାର୍ଗେଟରେ ସାମରିକ ଆଭିମୁଖ୍ୟ ଏଠାରେ ଉତ୍ତେଜନା ସୃଷ୍ଟି କରି ଶାନ୍ତି ଏବଂ ସ୍ଥିରତାକୁ ବାଧା ଦେଇଛି।

ଏକ ବିବୃତ୍ତିରେ ତାଇଓ୍ବାନ ସରକାର ଭାରତ ସମେତ ୫୦ରୁ ଅଧିକ ଦେଶର କାର୍ଯ୍ୟନିର୍ବାହୀ ଶାଖା ଏବଂ ସଂସଦୀୟ ସଦସ୍ୟଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବାକୁ ଚାହୁଁଛନ୍ତି, ଯେଉଁମାନେ ସମସ୍ତ ପକ୍ଷକୁ ସଂଯମତା, ଟେନସନ ହ୍ରାସ କରିବାକୁ ଅନୁରୋଧ କରିଛନ୍ତି, ଏକପାଖିଆ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଏବଂ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ ଆହ୍ବାନ ଦିଆଯାଇଛି।

Share