ତାଇଓ୍ବାନ ମୁହାଁ ଟାଇଫୁନ ‘କୋଇନୁ’, ଝଡ଼ର ମୁକାବିଲା ପାଇଁ ତାଇୱାନ ସରକାରଙ୍କ ପ୍ରସ୍ତୁତି ଶେଷ…

ତାଇପେଇ,୫।୧୦: ଶକ୍ତିଶାଳୀ ଟାଇଫୁନ ‘କୋଇନୁ’ ତାଇୱାନ ମୁହାଁ ହୋଇଛି। ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଝଡ଼ର ମୁକାବିଲା ପାଇଁ ତାଇୱାନ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ବିମାନ ବାତିଲ କରିବାକୁ ତାଇୱାନ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ ଦେଶର ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଯୋଗୁ ତାଇୱାନରେ ପ୍ରବଳ ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେଉଛି। ତାଇୱାନ ବ୍ୟତୀତ ଫିଲିପାଇନ୍ସର ଉତ୍ତର ଭାଗରେ ଏବଂ ଦକ୍ଷିଣ-ପୂର୍ବ ଚାଇନାରେ ଏହି ଝଡର ପ୍ରଭାବ ଦୃଶ୍ୟମାନ ହେଉଛି।

ତାଇୱାନର ସାମୁଦ୍ରିକ ବ୍ୟାପାରର ମୁଖ୍ୟ ଚେନ ଚିଆ-ଚେନ କହିଛନ୍ତି, ଆମେ ଚିନ୍ତିତ ଯେତେବେଳେ ଟାଇଫୁନ ଆସିବ, ବର୍ଷା ଏବଂ ପବନ ବହୁତ ଶକ୍ତିଶାଳୀ ହେବ, ତେଣୁ ଆମେ ଟାଇଫୁନ ପ୍ରତିରୋଧ ବ୍ୟବସ୍ଥାକୁ ମଜବୁତ କରିବୁ ଏବଂ ଆମେ ଆଶା କରୁଛୁ ସ୍ଥାନୀୟ ବାସିନ୍ଦା ସୁରକ୍ଷିତ ରହିବେ।

ପରିବହନ ମନ୍ତ୍ରଣାଳୟ କହିଛି ଯେ ତାଇୱାନ ଏୟାରଲାଇନ ୍ସ ୮୭ଟି ଘରୋଇ ବିମାନକୁ ବାତିଲ କରିଥିବାବେଳେ ୨୫ଟି ଆନ୍ତର୍ଜାତୀୟ ବିମାନ ମଧ୍ୟ ବାତିଲ କରାଯାଇଛି।

ତାଇୱାନର ପୂର୍ବ ଏବଂ ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ବୁଧବାର ରାତି କିମ୍ବା ଗୁରୁବାର ସକାଳେ ତାଇୱାନର ଦକ୍ଷିଣ-ପୂର୍ବ ଭାଗରେ ଏହି ଝଡ ଲ୍ୟାଣ୍ଡଫଲ କରିପାରେ। ବୁଧବାର ଉତ୍ତର ଏବଂ ପୂର୍ବ ତାଇୱାନରେ ବର୍ଷା ହେଉଛି। ଏହା ପରେ ପୂର୍ବ ଉପକୂଳ ଏବଂ ଦକ୍ଷିଣରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ତାଇୱାନର ସୁଦୂର ପେଙ୍ଗୁ, ଅର୍କିଡ ଏବଂ ଗ୍ରୀନ ଦ୍ୱୀପପୁଞ୍ଜ ଟାଇଫୁନ ଯୋଗୁଁ ଅସନ୍ତୁଷ୍ଟ ପାଗ ଆଶଙ୍କା ଥିବାରୁ ସ୍କୁଲ ଏବଂ ଅଫିସ ବନ୍ଦ ଘୋଷଣା କରିଛି।

Share