ହମାସ୍‌-ଇସ୍ରାଏଲ ଯୁଦ୍ଧ ଉପରେ ତୀକ୍ଷ୍ଣ ନଜର ରଖିଛି ତାଇଓ୍ବାନ

ତାଇପେ,୧୨ା୧୦: ଗାଜାରୁ ହମାସ୍‌ ଆତଙ୍କବାଦୀଙ୍କ ଦ୍ୱାରା ଇସ୍ରାଏଲ ଉପରେ ଜୋର୍‌ଦାର ଆକ୍ରମଣ ଯୋଗୁ ତାଇଓ୍ବାନ ମଧ୍ୟ ପୂର୍ବର ଯୁଦ୍ଧ ଉପରେ ତୀକ୍ଷ୍ଣ ନଜର ରଖିଛି। ଚାଇନାଠାରୁ ଧମକ ପାଇବା ପରେ ତାଇଓ୍ବାନ ଏହି ଯୁଦ୍ଧ ଉପରେ ନଜର ରଖିଛି। ଗତ ସପ୍ତାହରେ ଇସ୍ରାଏଲ ଉପରେ ହମାସ୍‌ ଆକ୍ରମଣ କରିଥିଲା। ଫଳରେ ଇସ୍ରାଏଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି।

ତାଇଓ୍ବାନକୁ ଏହାର ଅଞ୍ଚଳର ଏକ ଅଂଶ ବୋଲି ଦାବି କରୁଥିବା ଚାଇନା ତାଇଓ୍ବାନର ବାୟୁ ଏବଂ ଜଳରେ ଅଧିକ ସାମରିକ ଅଭ୍ୟାସ କରିଛି। କାରଣ ତାଇଓ୍ବାନ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିଛି।
ଆମେରିକା ତାଇଓ୍ବାନର ମୁଖ୍ୟ ଅସ୍ତ୍ର ଯୋଗାଣକାରୀ ଏବଂ ବଳ ଦ୍ୱାରା ତାଇଓ୍ବାନର ସ୍ଥିତିକୁ ବଦଳାଇବାକୁ ଯେକୌଣସି ପ୍ରୟାସକୁ ବିରୋଧ କରୁଛି।

ଇସ୍ରାଏଲ ପରି ତାଇଓ୍ବାନ ଆମେରିକା ସହ ଘନିଷ୍ଠ କୂଟନୈତିକ ତଥା ସାମରିକ ସମ୍ପର୍କ ବଜାୟ ରଖିଛି ଏବଂ କମ୍ୟୁନିଷ୍ଟ ପାର୍ଟିର ଶାସନକୁ ଗ୍ରହଣ କରିବାକୁ ଚାଇନାର ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଯାହାର ନେତା ଶି’ ଜିନପିଙ୍ଗ ତାଙ୍କ ଶାସନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ାଇବାକୁ ଚାହୁଁଛନ୍ତି।

Share