ଭାରତ ସହ ବାଣିଜ୍ୟ ଚୁକ୍ତି ପାଇଁ ତାଇଓ୍ବାନ ଆଗ୍ରହୀ…

ନୂଆଦିଲ୍ଲୀ/ତାଇପେ,୯।୧୦ : ଭାରତ ସହିତ ବାଣିଜ୍ୟ ବୃଦ୍ଧି ପାଇଁ ତାଇୱାନ ମଧ୍ୟ ଆଗକୁ ଆସିଛି। ତାଇୱାନ କହିଛି ଯେ ଦୁଇ ଦେଶ ବର୍ତ୍ତମାନ ଯଥାଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିରେ ଆଗକୁ ବଢ଼ିିବା ଉଚିତ ଏବଂ ଏହାକୁ ଚୂଡ଼ାନ୍ତ ରୂପ ଦେବା ଜରୁରୀ। ତାଇୱାନର ରାଷ୍ଟ୍ରଦୂତ ବୈଶୁଆନ ଗେର କହିଛନ୍ତି ଯେ ମୁକ୍ତ ବାଣିଜ୍ୟ ଚୁକ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗରେ ଥିବା ପ୍ରତିବନ୍ଧକକୁ ଦୂର କରିବ ଏବଂ ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳା ବିକାଶ କରିବ ।

ସେ କହିଛନ୍ତି ଯେ ସୂଚନା ପ୍ରଯୁକ୍ତିବିଦ୍ୟା, ୫ ଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଏଭଳି ପରିସ୍ଥିତିରେ ତାଇୱାନ ଭାରତ ସହିତ ନିଜର ଅଭିଜ୍ଞତା ବାଣ୍ଟିବାକୁ ଚାହୁଁଛି। ତାଇୱାନର ଦୂତ କହିଛନ୍ତି ଯେ ତାଇୱାନ ଭାରତ ସମେତ ଅନ୍ୟାନ୍ୟ ସମାନ ଦେଶ ସହିତ ଏଫଟିଏରେ ଆଗକୁ ବଢୁଛି।

ତାଇୱାନର ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଚାଇନା ଏହା ଉପରେ ଆକ୍ରମଣାତ୍ମକ ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ଏହି ତିକ୍ତତା ବିଶ୍ୱବ୍ୟାପୀ ଚିନ୍ତାର କାରଣ ହୋଇଛି। ତାଇଓ୍ବାନ ରାଷ୍ଟ୍ରପତି ତାସାଇ ଓ୍ବିଙ୍ଗ ଓ୍ବେନ୍‌ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତିକୁ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି।

ତାଇୱାନ ହେଉଛି ସେମିକଣ୍ଡକ୍ଟରର ଏକ ଅଗ୍ରଣୀ ଉତ୍ପାଦକ। ଅନେକ ତାଇୱାନ କମ୍ପାନୀ ମଧ୍ୟ ଭାରତର ୭୬ ହଜାର କୋଟି ଟଙ୍କା ପିଏଲଆଇ ଯୋଜନାରେ ଆଗ୍ରହ ଦେଖାଇଛନ୍ତି।

Share