ତାଇଓ୍ବାନ ପ୍ରସଙ୍ଗ: ଆମେରିକାକୁ ଚେତାବନୀ ଦେଲା ଚାଇନା, କହିଲା ନିଆଁ ସହ ଖେଳ ନାହିଁ…

ବେଜିଂ,୧୭।୮: ତାଇୱାନ ପ୍ରସଙ୍ଗରେ ଚାଇନା ଏବଂ ଆମେରିକା ବିବାଦ ଲାଗି ରହିଛି। ଚାଇନା ଆମେରିକାକୁ ତାଇୱାନ ବିଷୟରେ ବାରମ୍ବାର ଚେତାବନୀ ଦେଉଛି। ଏଥି ସହିତ ଆମେରିକା ଏବଂ ତାଇୱାନ ମଧ୍ୟରେ ଏକ ଭିନ୍ନ ରଣନୀତି ଚାଲିଛି। ଇତିମଧ୍ୟରେ ତାଇୱାନର ଉପରାଷ୍ଟ୍ରପତି ୱିଲିୟମ ଲାଇଙ୍କୁ ଏବେ ଆମେରିକା ଗସ୍ତରେ ଦେଖିବାକୁ ମିଳିଛି।

ଏସବୁ ମଧ୍ୟରେ ଚାଇନା ତାଇୱାନକୁ ନେଇ ଆମେରିକାକୁ ପୁଣି ଥରେ ନିନ୍ଦା କରିଛି। ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଆମେରିକାକୁ ତାଇୱାନ ପ୍ରସଙ୍ଗରେ ନିଆଁ ସହ ନ ଖେଳିବାକୁ ଚାଇନା ଚେତାବନୀ ଦେଇଛି। ରାଷ୍ଟ୍ରପତି ଶି ଜିନପିଙ୍ଗ ପ୍ରଶାସନ ଏବଂ ପ୍ରତିପକ୍ଷ ଜୋ ବାଇଡେନ ସରକାର ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି।

Share