ଚାଇନାର ଧମକ ମଧ୍ୟରେ ତାଇୱାନକୁ ବଡ ଝଟ୍‌କା, ମିଶାଇଲ ପ୍ରଡକଶନ ଲିଡ କରୁଥିବା ଅଧିକାରୀଙ୍କ ମିଳିଲା ମୃତଦେହ

ତାଇପେଇ ସିଟି,୬ ।୮: ଚାଇନାର ଉସକାଇବା ଭଳି ଯୁଦ୍ଧାଭ୍ୟାସ ସମୟରେ ତାଇୱାନକୁ ବଡ ଝଟ୍‌କା ଲାଗିଛି । ତାଇୱାନର ମିଶାଇଲ ପ୍ରଡକଶନରେ ଲିଡ କରୁଥିବା ଜଣେ ଅଧିକାରୀଙ୍କ ମୃତଦେହ ଏକ ହୋଟେଲରୁ ମିଳିବା ପରେ ତାଇୱାନ ଚିନ୍ତାରେ ପଡିଯାଇଛି । ଉକ୍ତ ଅଧିକାରୀଙ୍କ ମୃତଦେହ ଦକ୍ଷିଣ ତାଇୱାନର ଏକ ହୋଟେଲରୁ ମିଳିଛି । ଏହି ସୂଚନା ତାଇୱାନ ପୋଲିସ ଦେଇଛି । ତେବେ କେଉଁ କାରଣରୁ ଅଧିକାରୀଙ୍କ ମୃତ୍ୟୁ ହୋଇଛି ସେ ସମ୍ପର୍କରେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।
ସୂଚନାଯେଗ୍ୟ, ତାଇୱାନ ଏବେ ଚାଇନାର ଧମକ ଓ ତା’ର ଯୁଦ୍ଧାଭ୍ୟାସକୁ ନେଇ ଚିନ୍ତାରେ ରହିଛି । ସେ ତା’ର ସେନା, ମିଶାଇଲ ସିଷ୍ଟମ ଓ ସମୁଦ୍ରରେ ମୁତୟନ ଥିବା ଜାହାଜକୁ ସକ୍ରିୟ କରିଦେଇଛି । ଏହାସହ ବିଶ୍ୱସ୍ତରରେ ଚାଇନାର କାର୍ଯ୍ୟକଳାପକୁ ରୋକିବାକୁ ଆହ୍ୱାନ କରିଛି ।

Share