ତାଇଓ୍ବାନ ସୀମାରେ ଘୂରି ବୁଲୁଛି ଚାଇନାର ୩୦ଟି ସେନା ବିମାନ

ତାଇପେଇ,୧୨।୭: ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଚାଇନାକୁ ନେଇ ଏକ ବଡ ଖୁଲାସା କରିଛି। ମନ୍ତ୍ରଣାଳୟ ସୂଚନାନୁସାରେ ଦେଶ ସୀମାରେ ୩୦ସେନା ବିମାନ ଚିହ୍ନଟ କରାଯାଇଛି।

ସୂଚନାଯୋଗ୍ୟ, ଚାଇନା ତା’ର ପ୍ରତିରକ୍ଷା ବିଭାଗର ସାମରିକ ମକ୍‌ଡ୍ରିଲ ପାଇଁ ଦୁଇ ଦିନ ପୂର୍ବରୁ ତା’ର ନୌ ସେନାଜାହାଜ, ଯୁଦ୍ଧ ଜେଟ୍‌ ଏବଂ ବିସ୍ଫୋରଣକାରୀ ସମେତ ବୃହତ ଯୁଦ୍ଧ ବିମାନ ସମୂହକୁ ତାଇୱାନକୁ ପଠାଇବାକୁ ଯାଉଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛନ୍ତି।

ଚାଇନାର ପିପୁଲ୍ସ ଲିବରେସନ ଆର୍ମି ମଙ୍ଗଳବାର ଦିନ ୬ଟାରୁ ବୁଧବାର ସକାଳ ୬ଟା ମଧ୍ୟରେ ତାଇୱାନକୁ ୩୮ଟି ଯୁଦ୍ଧ ବିମାନ ଏବଂ ୯ଟି ନୌସେନା ଜାହାଜ ପଠାଇଛି।

Share