ଏଲନ୍‌ ମସ୍କଙ୍କୁ କଡ଼ା ସମାଲୋଚନା କଲା ତାଇଓ୍ବାନ

ତାଇପେ,୧୪ା୯: ତାଇଓ୍ବାନର ବୈଦେଶିକ ମନ୍ତ୍ରଣାଳୟ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲା ମାଲିକ ଏଲନ୍‌ ମସ୍କଙ୍କୁ କଡ଼ା ସମାଲୋଚନା କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ତାଇଓ୍ବାନ ବିକ୍ରି ପାଇଁ ନୁହେଁ କି ଚାଇନାର ଅଂଶ ନୁହେଁ।

ଲସ୍‌ଏଞ୍ଜଲ୍‌ସରେ ଅନୁଷ୍ଠିତ ଅଲ-ଇନ୍‌ ସମ୍ମିଳନୀରେ ମସ୍କ ଏକ ବିବୃତ୍ତିରେ କହିଥିଲେ, ତାଇଓ୍ବାନ ଚାଇନାର ଅବିଚ୍ଛେଦ୍ୟ ଅଙ୍ଗ। ଆହୁରି ମଧ୍ୟ ମସ୍କ କହିଥିଲେ ‘ମୁଁ ଭାବୁଛି ମୁଁ ଚାଇନାକୁ ବହୁତ ଭଲ ଭାବରେ ବୁଝିଛି। ମୁଁ ସେଠାରେ ବହୁବାର ରହିଛି ଏବଂ ଅନେକ ବର୍ଷ ଧରି ସେଠାରେ ଅନେକ ସ୍ତରରେ ସରକାରଙ୍କୁ ଭେଟିଥିଲି। ମୁଁ ଭାବୁଛି ଚାଇନାର ଜଣେ ବାହାର ଲୋକ ଭାବରେ ମୋର ବହୁତ ଭଲ ବୁଝାମଣା ଅଛି।

ଏହି କଥାକୁ ନେଇ ତାଇଓ୍ବାନ ମସ୍କଙ୍କୁ କଡ଼ା ସମାଲୋଚନା କରିଛି। ବୁଧବାର ବିଳମ୍ବିତ ରାତିରେ ତାଇଓ୍ବାନର ବୈଦେଶିକ ମନ୍ତ୍ରୀ ଜୋସେଫ ଓ୍ବୁ କହିଛନ୍ତି। ୧୯୪୯ ଗୃହଯୁଦ୍ଧରେ ଚାଇନାଠାରୁ ଅଲଗା ହେବା ପରଠାରୁ ତାଇଓ୍ବାନ ସ୍ବାଧୀନ ଭାବରେ ପରିଚାଳିତ ଦେଶ ହୋଇଆସୁଛି। ଏଥିସହିତ ଚାଇନା ତାଇଓ୍ବାନକୁ ଏହାର ଅଞ୍ଚଳର ଏକ ଅଂଶ ଭାବରେ ଦେଖିବା ଜାରି ରଖିଛି। ଚାଇନା ତାଇଓ୍ବାନକୁ ନିଜ ଅଞ୍ଚଳରେ ଜବରଦଖଲ କରିବାକୁ ଚାହୁଁଛି।

Share