ଥରିଲା ତାଇଓ୍ବାନ: ଭୟରେ ଲୋକେ ଦୌଡିଲେ

ତାଇପେଇ,୨୩।୧୦: ତାଇୱାନର ରାଜଧାନୀ ତାଇପେଇରେ ମଙ୍ଗଳବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଛି। ଭୂକମ୍ପ ସମୟରେ ତାଇପେଇରେ ଅଟ୍ଟାଳିକା ଥରିବାକୁ ଲାଗିଲା। ତଥାପି ପ୍ରାଥମିକ ଭାବେ କୌଣସି କ୍ଷୟକ୍ଷତିର ଖବର ନାହିଁ। ତାଇୱାନର କେନ୍ଦ୍ରୀୟ ପାଣିପାଗ ବ୍ୟୁରୋ କହିଛି ଯେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦ୍ୱୀପର ପୂର୍ବ ଉପକୂଳ ନିକଟ ସମୁଦ୍ରରେ ଥିଲା।
ମଙ୍ଗଳବାର ସକାଳେ ନେପାଳରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ରାଜଧାନୀ କାଠମାଣ୍ଡୁରେ ଆଜି ଭୋର ୪.୧୭ରେ ରିକ୍ଟର ସ୍କେଲରେ ୪.୧ ତୀବ୍ରତାର ଏକ ଭୂକମ୍ପ ଘଟିଛି।

Share