ନ୍ୟୁୟର୍କ ଗସ୍ତରେ ତାଇଓ୍ବାନ ଉପରାଷ୍ଟ୍ରପତି, ଚାଇନା କହିଲା ସାର୍ବଭୌମତ୍ୱ କଥା…

ନ୍ୟୁୟର୍କ,୧୪।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଭାରତ ଏବଂ ଆମେରିକା ମଧ୍ୟ ତାଇୱାନର ସପକ୍ଷରେ ମତ ରଖିଛନ୍ତି। ଏଥି ସହିତ ତାଇୱାନର ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ପ୍ରାର୍ଥୀ ୱିଲିୟମ ଲାଇଙ୍କ ଆମେରିକା ଗସ୍ତକୁ ଚାଇନା ନିନ୍ଦା କରିଛି।
ୱିଲିୟମ ଲାଇଙ୍କ ଆମେରିକା ଗସ୍ତ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚାଇନା ଆହ୍ବାନ କରିଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ଉପରେ ଚାଇନା ନଜର ରଖିଛି ବୋଲି କହିଛି।

ପାରାଗୁଏ ବାଟଦେଇ ଲାଇ ଆମେରିକାରେ ପହଞ୍ଚିଥିଲେ। ଏଠାରେ ସେ ଅଗଷ୍ଟ ୧୫ ରେ ସାଣ୍ଟିଆଗୋ ପେନାଙ୍କ ଉଦଘାଟନୀ ଉତ୍ସବ ଦେଖିବେ। ଲାଇ ଶନିବାର ନ୍ୟୁୟର୍କରେ ପହଞ୍ଚିଥିଲେ। ଦକ୍ଷିଣ ଆମେରିକାରେ ତାଇୱାନର ଏକମାତ୍ର ସହଯୋଗୀ ହେଉଛି ପାରାଗୁଏ ।
ତାଇୱାନର ଉପରାଷ୍ଟ୍ରପତିଙ୍କ ଗସ୍ତରୁ ଉତ୍ପନ୍ନ ପ୍ରତ୍ୟେକ ପରିସ୍ଥିତିର ବିକାଶ ଉପରେ ଚାଇନା ନଜର ରଖିଛି। ଜାତୀୟ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ରକ୍ଷା ପାଇଁ ଦୃ ଢ଼ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି।
ଲାଇଙ୍କ ଆମେରିକା ଗସ୍ତର କିଛି ସମୟ ପରେ ଚାଇନା ବୈଦେଶିକ ମନ୍ତ୍ରଣାଳୟ କହିଛି ଆମେରିକା ଏବଂ ତାଇୱାନ ମଧ୍ୟରେ ଯେକୌଣସି ସରକାରୀ କଥାବାର୍ତ୍ତାକୁ ଆମେ ବିରୋଧ କରୁଛୁ।

Share