ତାଇଓ୍ବାନ ନିଶ୍ଚିତ ଚାଇନାରେ ମିଶିବ, ଜିନ୍‌ପିଙ୍ଗ୍‌ଙ୍କ ଦୃଢ଼ୋକ୍ତି..

ବେଜିଂ,୯।୧୦: ତାଇଓ୍ବାନ ପ୍ରସଙ୍ଗରେ ଚାଇନା ପୁଣି ଦାଦାଗିରି ଦେଖାଇବା ଆରମ୍ଭ କରିଛି। ତାଇଓ୍ବାନକୁ ଚାଇନାରେ ନିଶ୍ଚିତ ମିଶାଯିବ। ଏଥିରେ କୌଣସି ତୃତୀୟ ପକ୍ଷ ଅବା ବାହାରର କାହାର ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ ବୋଲି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଶନିବାର କହିଛନ୍ତି। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଏହା ସମ୍ପନ୍ନ ହେବ ବୋଲି ଜିନ୍‌ ପିଙ୍ଗ୍‌ ସୂଚନା ପ୍ରଦାନ କରିଛନ୍ତି।

ତାଇଓ୍ବାନ ରାଷ୍ଟ୍ରପତି ସାଈ ଇଙ୍ଗ୍‌ ଓ୍ବେନ୍‌ ଦେଶର ସ୍ବତନ୍ତ୍ରତାକୁ ରକ୍ଷା କରିବା ଲାଗି ସଂକଳ୍ପ ନେଇଥିବା କହିଛନ୍ତି। କୌଣସି ସ୍ଥଳେ ଚାଇନାର ଅନୁପ୍ରବେଶକୁ ସହ୍ୟ କରାଯିବ ନାହିଁ। ଦେଶର ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଥିବା ଓ୍ବେନ୍‌ କହିଛନ୍ତି। ଅପରପକ୍ଷରେ ଜିନ୍‌ପିଙ୍ଗ୍‌ ତାଇଓ୍ବାନ ଲୋକଙ୍କର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି କରାଯାଉଥିବା କହିଛନ୍ତି।

ଚାଇନା ନିଜର ଅଖଣ୍ଡତା ବଜାୟୀ ରଖିବା ଲାଗି ପ୍ରତିଶ୍ରୁତିବଦ୍ଧ। ଏଥିରେ କୌଣସି ମଧ୍ୟସ୍ଥିଙ୍କ ଅନୁପ୍ରବେଶକୁ ଗ୍ରହଣ କରାଯିବ ନାହିଁ ବୋଲି ଜିନ୍‌ପିଙ୍ଗ୍‌ କହିଛନ୍ତି।
ଜିନ୍‌ପିଙ୍ଗ୍‌ଙ୍କ ଏଭଳି ମନ୍ତବ୍ୟ ଦ୍ୱାରା ଚାଇନାର ବିସ୍ତାରବାଦୀ ନୀତି ସ୍ପଷ୍ଟ ଜଣାପଡୁଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share