ତାଇପେ,୫।୧ : ତାଇୱାନ ନୂଆ ବର୍ଷରେ ଏହାର ପ୍ରତ୍ୟେକ ନାଗରିକଙ୍କୁ ପ୍ରାୟ ୨୦୦ ଡଲାର (ପ୍ରାୟ ୧୬,୦୦୦ ଟଙ୍କା) ଦେବାକୁ ଯୋଜନା କରିଛି। ଏହା ଘୋଷଣା କରି ରାଷ୍ଟ୍ରପତି ସୁ ସେଙ୍ଗ-ଚାଙ୍ଗ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସୂଚନା ଦେଶବାସୀଙ୍କୁ ଦେଇଛନ୍ତି। ଆର୍ଥିକ ସଫଳତାର ଲାଭ ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ନାଗରିକଙ୍କ ସହ ବାଣ୍ଟି ହେବ ବୋଲି ସୁ ଗଣମାଧ୍ୟମକୁ କହିଛନ୍ତି।
ଜାନୁୟାରୀ ୨୦ରୁ ଆରମ୍ଭ ହେବାକୁ ଥିବା ଏକ ସପ୍ତାହ ବ୍ୟାପୀ ଛୁଟି ବିଷୟରେ ସୁ କହିଛନ୍ତି ଯେ, ଚନ୍ଦ୍ର ନୂତନ ବର୍ଷ ଆରମ୍ଭ ହେବା ପରେ ଆମେ ସମସ୍ତ ନାଗରିକଙ୍କୁ ନୂତନ ବର୍ଷର ଆଶୀର୍ବାଦ ପ୍ରଦାନ କରିବାକୁ ଚାହୁଁଛୁ। ଏହା ଅଧୀନରେ ଲୋକଙ୍କୁ ଏହି ନଗଦ ରାଶି ଦିଆଯିବ। ତେବେ ସରକାର କିପରି ଦେୟ ଦେବେ ତାହା ସେ ସ୍ପଷ୍ଟ କରି ନାହାଁନ୍ତି। ୨୦୨୧ ରେ ତାଇୱାନର ଅଭିବୃଦ୍ଧି ହାର ୬.୪୫ ପ୍ରତିଶତ ଥିଲା, ଯାହା ୨୦୧୦ର ଅଭିବୃଦ୍ଧି ହାର ୧୦.୨୫ ପ୍ରତିଶତ ପରଠାରୁ ସର୍ବାଧିକ ଥିଲା।