Categories: ଜାତୀୟ

ଜନସ୍ବାର୍ଥ ନୁହେଁ, ପ୍ରଚାର ସ୍ବାର୍ଥ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୧୦: ତାଜମହଲ ଇତିହାସର ତଥ୍ୟାନ୍ବେଷୀ ଅନୁଧ୍ୟାନ ସହ ଏହା ପରିସରରେ ଥିବା ୨୨ଟି ପ୍ରକୋଷ୍ଠକୁ ଖୋଲିବା ଲାଗି ଦାଏର ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏହା ଜନସ୍ବାର୍ଥ ମାମଲା ନୁହେଁ ପ୍ରଚାର ସ୍ବାର୍ଥ ମାମଲା ବୋଲି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ଏମ୍‌.ଏମ୍‌. ସୁନ୍ଦ୍ରେଶଙ୍କ ଖଣ୍ଡପୀଠ କହିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ଖଣ୍ଡପୀଠ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ ଆବେଦନକାରୀ ଭାଜପା ଅଯୋଧ୍ୟା ଶାଖାର ଗଣମାଧ୍ୟମ ପ୍ରଭାରୀ ରଜନୀଶ ସିଂ ତାଙ୍କ ପିଟିଶନ ପଛରେ ରହିଥିବା ନ୍ୟାୟିକ କିମ୍ବା ସାମ୍ବିଧାନିକ ଅଧିକାର ଉପରେ ଯୁକ୍ତି ଦର୍ଶାଇ ନ ପାରିବାରୁ ଗତ ମେ’ ୧୨ରେ ହାଇକୋର୍ଟ ତାଜ୍‌ମହଲ ସମ୍ପର୍କିତ ମାମଲାକୁ ଖାରଜ କରିଦେଇଥିଲେ।

Share