ଗରିବଙ୍କ ତାଜମହଲର ରୂପରେ ହେବ ପରିବର୍ତ୍ତନ: ପ୍ରତ୍ନତତ୍ତ୍ୱ ବିଭାଗର ନିଷ୍ପତ୍ତି…

ଔରଙ୍ଗାବାଦ,୧୩।୧୧ : ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ)ର ଅଧିକାରୀ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ରରଔରଙ୍ଗାବାଦ ସହରରେ ଥିବା ୧୭ ଶତାବ୍ଦୀର ସ୍ମାରକୀ ବିବି କା ମକବରାର ନବୀକରଣ କାର୍ଯ୍ୟ ଶେଷ ହେବ। ଏହି ସ୍ମାରକୀ ଦେଖିବାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ତାଜମହଲ ପରି ଦେଖାଯାଉଥିବା ଏହି ସ୍ମାରକୀକୁ ଗରିବଙ୍କ ତାଜମହଲ ମଧ୍ୟ କୁହାଯାଇଥାଏ।

ଆଗ୍ରାର ତାଜମହଲ ସଦୃଶ ଏହି ସ୍ମାରକୀ ସମ୍ରାଟ ଔରଙ୍ଗଜେବଙ୍କ ପ୍ରଥମ ସ୍ତ୍ରୀ ଦିଲରସ ବାନୋ ବେଗମଙ୍କ ପାଇଁ ଖାମ ନଦୀ ନିକଟରେ ନିର୍ମିତ ହୋଇଥିଲା। ଦିଲରସ ବାନୋ ବେଗମଙ୍କୁ ମରଣୋପରାନ୍ତ ରବିୟା-ଉଦ-ଦୁରାନୀ’ ଉପାଧି ଦିଆଯାଇଥିଲା। ଏଏସଆଇର ଜଣେ ବରିଷ୍ଠ ଅଧିକାରୀ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ରବିଆ-ଉଦ-ଦୁରାନୀଙ୍କ ମୁଖ୍ୟ ସମାଧି, ଯାହା ଡେକାନର ତାଜ ନାମରେ ମଧ୍ୟ ଜଣାଶୁଣା, ନୂଆ ବର୍ଷରେ ଏହା ଆଲୋକରେ ଝଲସିବ।

ଏହି ସ୍ମାରକୀ ପ୍ରତିଦିନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ତେଣୁ, ରାତିରେ ଏହାକୁ ଆଲୋକିତ କରିବା ପାଇଁ ଏଏସଆଇ ନିଷ୍ପତ୍ତି ନେଇଛି। ଅଧିକାରୀ କହିଛନ୍ତି ଯେ ଆଲୋକୀକରଣର ପ୍ରାଥମିକ ପରୀକ୍ଷା ହୋଇସାରିଛି। ଅଧିକାରୀ କହିଛନ୍ତି ଯେ ସମାଧିର ଭିତର ଓ ବାହାର ପ୍ଲାଷ୍ଟର କରିବା କାମ ଚାଲିଛି। ଏହା ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ।

Share