ଦୁଶାଁବେ, ୨୨।୬: ମୁସଲମାନବହୁଳ ମଧ୍ୟଏସୀୟ ଦେଶ ତାଜକିସ୍ତାନ ଶୁକ୍ରବାର ହିଜାବ ଓ ବୁର୍ଖା ପରି ଇସଲାମିକ ପୋଷାକ ଉପରେ ପ୍ରତିବନ୍ଧକ ଲଗାଇଛି। ବୁଧବାର ଏନେଇ ଏକ ବିବାଦୀୟ ବିଲ୍ ତାଜକିସ୍ତାନର ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଶୁକ୍ରବାର ରାଷ୍ଟ୍ରପତି
ଇମୋମାଲି ରହମନ ମଞ୍ଜୁରୀ ପ୍ରଦାନ କରିବା ପରେ ଏହା ଆଇନରେ ପରିଣତ ହୋଇଛି। ଆଇନରେ ହିଜାବକୁ ବିଦେଶୀ ପୋଷାକ ଦର୍ଶାଯାଇଛି। ଆଇନ ଉଲ୍ଲଂଘନ କଲେ ୮ ହଜାରରୁ ୬୫ ହଜାର ତାଜକିସ୍ତାନ ସମୋନୀ ଜରିମାନା ଦେବାକୁ ହେବ।