Categories: ଜାତୀୟ

ତିହାର ଜେଲରେ ବିରୋଧୀ ଗ୍ୟାଙ୍ଗ୍‌ ଆକ୍ରମଣରେ ତାଜପୁରିୟା ନିହତ

ନୂଆଦିଲ୍ଲୀ,୩ା୫ : ଦିଲ୍ଲୀର ତିହାର ଜେଲରେ ମଙ୍ଗଳବାର ସକାଳେ ବିରୋଧୀ ଗ୍ୟାଙ୍ଗ୍‌ ଆକ୍ରମଣରେ ଗ୍ୟାଙ୍ଗ୍‌ଷ୍ଟର ଟିଲ୍ଲୁ ତାଜପୁରିୟା ନିହତ ହୋଇଛନ୍ତି। ତାଙ୍କ ମୃତଦେହରେ ୯୨ କ୍ଷତଚିହ୍ନ ଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଜେଲରେ କଡ଼ା ସୁରକ୍ଷା ମଧ୍ୟରେ ଗ୍ୟାଙ୍ଗଷ୍ଟର ଯୋଗେଶ ତୁଣ୍ଡା ଓ ତାଙ୍କ ସହଯୋଗୀ ଧାରୁଆ ଅସ୍ତ୍ରରେ ତାଜପୁରିୟା ଓରଫ୍‌ ସୁନୀଲ ମାନ୍‌ଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଆକ୍ରମଣରେ ଅନ୍ୟତମ ବନ୍ଦୀ ରୋହିତ ଆହତ ହୋଇଛନ୍ତି। ବିରୋଧୀ ଗୋଗି ଗ୍ୟାଙ୍ଗ୍‌ ସଦସ୍ୟ ଯୋଗେଶ ଟୁଣ୍ଡା, ଦୀପକ ଟିଟର, ରିୟାଜ ଖାନ୍‌ ଏବଂ ରାଜେଶ ପ୍ରଥମ ମହଲାରେ ଥିବା ସେମାନଙ୍କ ଓ୍ବାର୍ଡର ଲୁହା ଗ୍ରିଲ ଭାଙ୍ଗି ତଳ ମହଲାରେ ଥିବା ତାଜପୁରିୟାଙ୍କୁ ଆକ୍ରମଣ କରି ବେଡ୍‌ଶିଟ୍‌ ସହାୟତାରେ ତଳ ମହଲାକୁ ଆସିଥିଲେ। ୨୦୨୧ ରୋହିଣୀ କୋର୍ଟ ଗୁଳିକାଣ୍ଡରେ ଜିତେନ୍ଦର ଗୋଗି ନିହତ ହୋଇଥିଲେ। ତାଜପୁରିୟା ଏହାର ମାଷ୍ଟରମାଇଣ୍ଡ।

Share