Categories: ଜାତୀୟ

୨୦୦ରୁ ଅଧିକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଉପରେ କଡ଼ା ନଜର

ନୂଆଦିଲ୍ଲୀ,୧୬।୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଏଜେନ୍ସିର କଡ଼ା ନଜର ଏବେ ୨୦୦ରୁ ଅଧିକ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ରହିଛି। ଏସବୁ ଚ୍ୟାନେଲରେ ବେଆଇନ ଭାବେ ବିଦେଶୀ ଫଣ୍ଡିଂ ହୋଇଥିବା ସୁରକ୍ଷା ଏଜେନ୍ସି ପକ୍ଷରୁ ଅନୁମାନ କରାଯାଉଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ହାନି ପହଞ୍ଚାଇବା ଏବଂ ଅଶାନ୍ତି ସୃଷ୍ଟି ଲାଗି ଗତ କିଛି ମାସ ଧରି ଚାଷୀ ଆନ୍ଦୋଳନ ପରେ ପରେ ଏହି ଚ୍ୟାନେଲ ଗୁଡ଼ିକ ତିଆରି କରାଯାଇଥିବା ଆଶଙ୍କା କରାଯାଉଛି। ଆନ୍ଦୋଳନକୁ ସମର୍ଥନ କରି ଏହି ଚ୍ୟାନେଲଗୁଡ଼ିକ କଣ୍ଟେଟ୍‌ ଅପଲୋଡ୍‌ କରୁଥିବା ସୁରକ୍ଷା ଏଜେନ୍ସି ପକ୍ଷରୁ ଅନୁମାନ କରାଯାଉଛି।

Share