ବର୍ଷାଦିନେ ଅଏଲି ତ୍ୱଚାର ଯତ୍ନ

ଅଏଲି ତ୍ୱଚା ହୋଇଥିଲେ ବର୍ଷାଦିନେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହିଦିନେ ତ୍ୱଚାରେ ଅତ୍ୟଧିକ ତୈଳ ସ୍ରାବ ଯୋଗୁ ଅଧିକ ବ୍ରଣ ବାହାରି ଥାଏ। ତେଣୁ ତୈଳୀୟ ତ୍ୱଚାର କିଭଳି ଯତ୍ନ ନେବେ ଜାଣିରଖନ୍ତୁ…

-ଆନୁବଂଶିକ ହରମୋନ୍‌ କାରଣରୁ ତ୍ୱଚା ସାଧାରଣତଃ ଅଏଲି ହୋଇଥାଏ। ବର୍ଷାଦିନେ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି କାରଣରୁ ଅଧିକ ତୈଳ ସ୍ରାବ ହୋଇଥାଏ। ତେଣୁ ଏହି ଋତୁରେ ଠିକ୍‌ଭାବେ ତ୍ୱଚାର ଯତ୍ନ ନିଅନ୍ତୁ।
– ଦିନକୁ ଅତିକମ୍‌ରେ ଦୁଇଥର ମୁହଁକୁ ମାଇଲ୍ଡ କ୍ଲିଜରରେ ଧୁଅନ୍ତୁ। ଅଧିକ ଥର ମୁହଁ ଧୁଅନ୍ତୁ ନାହିଁ। କାରଣ ମୁହଁକୁ ଜୋରରେ ଘଷିଲେ ଗ୍ରନ୍ଥିଗୁଡ଼ିକ ଅଧିକ ସକ୍ରିୟ ହୋଇଯିବା ଫଳରେ ଅଧିକ ତୈଳ ସ୍ରାବ ହୋଇଥାଏ।
– ମନସୁନ୍‌ରେ ତ୍ୱଚା ଅନୁସାରେ ହିଁ ବ୍ୟୁଟି ପ୍ରଡକ୍ଟ ସବୁ ବ୍ୟବହାର କରନ୍ତୁ। ବିଶେଷକରି ଅଏଲି ତ୍ୱଚାର ଲୋକେ ଏହି ଋତୁରେ ବ୍ୟୁଟି ପ୍ରଡକ୍ଟ ବ୍ୟବହାର ସମୟରେ ଅଧିକ ସତର୍କ ହେବା ଉଚିତ।
– ମନସୁନ୍‌ରେ ଖାଦ୍ୟ ପ୍ରତି ବିଶେଷଭାବେ ସଚେତନ ହେବା ଜରୁରୀ। ଅତ୍ୟଧିକ ମସଲା ତଥା ତେଲଛଣା ଖାଦ୍ୟ କମ୍‌ ଖାଇବା ସହିତ ଲୁଣ ମଧ୍ୟ କମ୍‌ ଖାଇବା ଉଚିତ।
– ଓଟମିଲ୍‌ ସ୍କ୍ରବ ଏବଂ ପାଚିଲା ଅମୃତଭଣ୍ଡାକୁ ସ୍କ୍ରବଭାବେ ବ୍ୟବହାର କଲେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିବ।
– ପ୍ରତିଦିନ ରାତିରେ ଆଣ୍ଟିବାୟୋଟିକ୍‌ ଟୋନର ଲଗାଇ ଶୋଇବା ଉଚିତ। କାରଣ ଏହା ଦ୍ୱାରା ତ୍ୱଚାର ପିଏଚ୍‌ ଲେବଲ୍‌ ଠିକ୍‌ ରହିଥାଏ।
– ଶରୀରକୁ ଡିଟକ୍ସ କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ। ଫଳରେ ବ୍ରଣ ସମସ୍ୟା ସୃଷ୍ଟି ହେବ ନାହିଁ।
– ମେକ୍‌ଅପ୍‌ ଲଗାଇଥିଲେ ଭଲଭାବରେ ବେବି ୱାଇପ୍ସ କିମ୍ବା ନଡ଼ିଆ ତେଲରେ ସଫା କରନ୍ତୁ।
– ବର୍ଷାଦିନେ ମହୁ ଏବଂ ଚିନି ମିଶାଇ ସ୍କ୍ରବ କରନ୍ତୁ। ଏହା ତ୍ୱଚାରେ ଥିବା ମୃତ କୋଷକୁ ବାହାର କରି ଲୋମ ଛିଦ୍ରକୁ ଖୋଲି ଦେଇଥାଏ ଓ ତ୍ୱଚା କୋମଳ ହୋଇଥାଏ।