ସାଧାରଣତଃ ଶୀତଦିନେ ତ୍ୱଚା ଶୁଖିଲା ହୋଇଯାଏ। ଏହାର କାରଣ ହେଲା ଅତ୍ୟଧିକ ଶୀତ ହେବା। ଆଉ ଶୀତରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଗରମ ପାଣିରେ ଗାଧୋଇଥାନ୍ତି। ଫଳରେ ଚର୍ମ ଆହୁରି ଶୁଷ୍କ ହୋଇଯାଏ। ତେଣୁ ଶୀତଦିନରେ କିପରି ତ୍ୱଚାର ଯତ୍ନ ନେବେ ଜାଣନ୍ତୁ…
– ପ୍ରଚୁର ପାଣି ପିଅନ୍ତୁ:
ସାଧାରଣତଃ ଥଣ୍ଡା ଯୋଗୁ ଅଧିକାଂଶ ଲୋକ କମ ପାଣି ପିଇଥାନ୍ତି । ଶରୀରରେ ପାଣିର ମାତ୍ରା ହେବାରୁ ତ୍ୱଚା ଶୁଖିଲା ହୋଇଯାଏ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ପ୍ରଚୁର ପରିମାଣର ପାଣି ପଅନ୍ତୁ।
– ମୁହଁକୁ ଅଳ୍ପ ଉଷୁମ ପାଣିରେ ଧୁଅନ୍ତୁ। ତ୍ୱଚା ଭଲ ରହିବ।
– ଶୋଇବା ପୂର୍ବରୁ ନଡ଼ିଆ ତେଲ କିମ୍ବା ଅଲମଣ୍ଡ ତେଲ ମାଲିସ କରନ୍ତୁ। ଏହା ଦ୍ୱାରା ତ୍ୱଚା କୋମଳ ହେବ।