ମୁମ୍ବାଇ: ‘ବିଗ୍ବସ୍ ଓଟିଟି’ରୁ ଚର୍ଚ୍ଚାରେ ରହିଆସୁଥିବା ଅଭିନେତ୍ରୀ ଉର୍ଫି ଜାଭେଦ ଲଗାତର ନିଜର ଫ୍ୟାଶନକୁ ନେଇ ଚର୍ଚ୍ଚାରେ। ସେ ତାଙ୍କ ଷ୍ଟାଇଲ୍ ଏବଂ ଲୁକ୍କୁ ନେଇ ଅଧିକାଂଶ ସମୟରେ ଟ୍ରୋଲ ବି ହୁଅନ୍ତି। ତାଙ୍କର ଡ୍ରେସିଂ ସେନ୍ସକୁ କିଏ ପସନ୍ଦ କରୁ କି ନ କରୁ ତାଙ୍କୁ କିନ୍ତୁ କିଛି ଫରକ ପଡ଼େନା ବୋଲି ସେ କୁହନ୍ତି। ଏବେ ଉର୍ଫିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ମୁମ୍ବାଇ ଏୟାରପୋର୍ଟରେ ତାଙ୍କୁ ସ୍ପଟ୍ କରାଯାଇଥିଲା। ଭିଡିଓ ଦେଖିଲେ ଆପଣ ବି ହସ ରୋକି ପାରିବେନି।
ତାଙ୍କର ଅଧିକାଂଶ ଭିଡିଓ ମୁମ୍ବାଇ ଏୟାରପୋର୍ଟର ହୋଇଥାଏ। ଅନେକ ଥର ଲୋକେ ତାଙ୍କୁ ଏନେଇ ଟ୍ରୋଲ ବି କରିଛନ୍ତି। ଏବେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଉର୍ଫି ଫ୍ୟାନମାନଙ୍କୁ ସେଲ୍ଫି ନେବା ପାଇଁ ଟଙ୍କା ମାଗୁଛନ୍ତି। ଭିଡିଓରେ ଜଣେ ଫ୍ୟାନ ତାଙ୍କ ସହ ସେଲ୍ଫି ନେବାକୁ ଚାହୁଁଥିଲେ। ଏହା ପରେ ଉର୍ଫି ତାଙ୍କୁ କହୁଛନ୍ତି, ପ୍ରଥମ ସେଲ୍ଫି ମୁଁ ମାଗଣାରେ ଦେବି। ମାତ୍ର ଦ୍ୱିତୀୟ ସେଲ୍ଫିକୁ ପଇସା ପଡ଼ିବ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି।