ସୁଭଦ୍ରା ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ନେଉଥିଲେ ଟଙ୍କା, ପରେ ଯାହା ହେଲା…

ଟିଲାଗଡ଼,୧୪।୯(ଶରତ ମିଶ୍ର) ସୁଭଦ୍ରା ଯୋଜନାରେ ଫର୍ମ ପୂରଣ ନେଇ ଟଙ୍କା ନେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଟିଟିଲାଗଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ପଞ୍ଚାୟତଞ୍‌ର ଆକାଶ ସାହୁ ପ୍ରତ୍ୟେକ ହିତାଧିକାରୀଙ୍କ ଠାରୁ ୧୦୦ ଟଙ୍କା ଆଦାୟ କରୁ ଥିବା ଖବର ବିଡିଓଙ୍କ ପାଖରେ ପହଞ୍ଚିଥିଲା। ଏ ନେଇ ବିଡିଓ ପୋଲିସକୁ ଜଣାଇଥିଲେ। ଖବର ପାଇ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ସଂକ୍ରାନ୍ତ ରେ ଟିଟିଲାଗଡ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।