ପଜିଟିଭ୍‌ ରିପୋର୍ଟ ଦେଖାଇବା ପରେ ଲୋକଙ୍କୁ ନିଅନ୍ତୁ

ପୁରୀ ଅଫିସ୍‌,୨୬।୭: ମହାମାରୀ କରୋନାକୁ ରୋକିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ପେଣ୍ଠକଟା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଓ୍ବାର୍ଡ ନଂ ୨୫, ୨୬, ୩୧, ୩୨ କଣ୍ଟେନମେଣ୍ଟ କଟକଣା ଲାଗୁ କରାଯାଇଛି। ମାତ୍ର ସମ୍ପୃକ୍ତ ଅଞ୍ଚଳରୁ କରୋନା ପଜିଟିଭ୍‌ଙ୍କୁ ହସ୍ପିଟାଲକୁ ଆଣିବାକୁ ନେଇ ରବିବାର ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପଜିଟିଭ୍‌ ରିପୋର୍ଟ ଦେଖାଇବା ପରେ ଲୋକଙ୍କୁ ନିଅନ୍ତୁ। କୌଣସି ସୂଚନା ନ ଥାଇ ରାତି ଅଧରେ ଆସି ପଜିଟିଭ୍‌ ପିଲା କହି ଲୋକଙ୍କୁ ନେଉଥିବାରୁ ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇ ହୋହଲ୍ଲା କରିଥିଲେ। ପେଣ୍ଠକଣ୍ଟା ଅଞ୍ଚଳରେ ଘରକୁ ଘର ସର୍ଭେ କରୁଥିବା ଆଶା ଏବଂ ଅଙ୍ଗନଓ୍ବାଡିଙ୍କୁ ସେମାନେ ବିରୋଧ କରିଥିଲେ। ପରେ ପ୍ରଶାସପନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।