‘ଅଣ୍ଡା ଚାଉଳ ନିଅ, ଆମ ସ୍କୁଲ ଫେରାଇ ଦିଅ’

ବଲାଙ୍ଗୀର ଅଫିସ, ୫।୧: ସରକାର ତୁମ ଅଣ୍ଡା, ଚାଉଳ ନିଅ, ଆମ ସ୍କୁଲ ଫେରାଇ ଦିଅ ନାରା ଦେଇ ସ୍କୁଲ ଛାତ୍ରୀଛାତ୍ରମାନେ ମଙ୍ଗଳବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଭିଲେଜର୍ସ ଇଣ୍ଡିଆ ପାର୍ଟି, ଓଡ଼ିଶା ପ୍ରାଥମିକ ବିଦ୍ୟାଳୟ ବଞ୍ଚାଅ ସମିତି ପକ୍ଷରୁ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ବିରୋଧରେ ଧାରଣା ଦିଆଯାଇଥିଲା। ସରକାର ରାଜ୍ୟର ୧୪ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଦାରା ଗ୍ରାମାଞ୍ଚଳର ଛାତ୍ରୀଛାତ୍ରମାନେ ପାଠପଢ଼ା ସହ ଶିକ୍ଷା ଅଧିକାରରୁ ବଞ୍ଚିତ ହୋଇଛନ୍ତି ବୋଲି ଭିଲେଜର୍ସ ଇଣ୍ଡିଆ ପାର୍ଟି ସଭାପତି ବିପିନ କୁଶଲିଆ କହିଛନ୍ତି ।

Share