୨୪ ଘଣ୍ଟାରେ ୧୦ ଥର ନେଲେ କରୋନା ଡୋଜ୍‌…

ଓ୍ବିିଲିଂଣ୍ଟନ୍‌, ୧୨।୧୨: ଥରେ ନୁହେଁ ଦୁଇଥର ନୁହେଁ। ଲାଗ ଲାଗ ୧୦ ଥର କରୋନା ଡୋଜ୍‌ ନେଇଛନ୍ତି ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି। ସେ ୨୪ ଘଣ୍ଟାରେ ୧୦ ଥର କରୋନା ଡୋଜ୍‌ ନେଇଛନ୍ତି। ଖବର ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟିକାକରଣର ପ୍ରତ୍ୟେକ ଡୋଜ ପାଇଁ ବ୍ୟକ୍ତିଙ୍କୁ ଟଙ୍କା ଦିଆଯାଇଥିଲା। ସେ ଦିନ ସାରା ବିଭିନ୍ନ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇଥିଲେ। ଅଧିକାରୀମାନେ କହିଛନ୍ତି ଯେ ଟିକା ଓଭରଡୋଜିଂ ମାମଲା ବିଷୟରେ ସେମାନେ ସୂଚନା ପାଇଛନ୍ତି ଏବଂ ଏହା ତଦନ୍ତ ଜାରି ରହିଛି।

ନ୍ୟୁଜିଲାଣ୍ଡ ସ୍ବସ୍ଥ୍ୟ ମନ୍ତ୍ରଣାଳୟର ଟିକାକରଣ କାର୍ଯ୍ୟକ୍ରମର ଗୋଷ୍ଠୀ ପରିଚାଳକ ଏଷ୍ଟ୍ରିଡ କୋର୍ନନିଫ କହିଛନ୍ତି ଯେ, ଏହା ଏକ ଚିନ୍ତାଜନକ ବିଷୟ। ଏନେଇ ଆମେ ବିଭିନ୍ନ ଏଜେନ୍ସି ସହ ଯୋଗାଯୋଗ କରୁଛୁ। ଟିକାର ଏକାଧିକ ଡୋଜ ନେଇଥିବା ବ୍ୟକ୍ତି ଯଥାଶୀଘ୍ର ଡାକ୍ତରଙ୍କ ସହ ଦେଖା କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଅକଲାଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ନିକ୍କି ଟର୍ନର କହିଛନ୍ତି ଯେ ବ୍ୟବହାର କରାଯାଉଥିବା ଟିକା କରୋନା ସଂକ୍ରମଣର ପ୍ରାଥମିକ ତଥ୍ୟ ଉପରେ ଆଧାରିତ। ଏହା ଶରୀରରେ ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରିଥାଏ। ଟିକାର ଏକାଧିକ ଡୋଜ୍‌ ଗ୍ରହଣ କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। କିନ୍ତୁ ସ୍ବାସ୍ଥ୍ୟ ଉପରେ ଏହାର କି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଅନୁଭୁତ ହୋଇଥାଏ ସେ ସମ୍ବନ୍ଧରେ କୌଣସି ସୂଚନା ଉପଲବ୍ଧ ନାହିଁ। ଏହା କେବେ qବି ନିରାପଦ ନୁହେଁ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଥାଏ ବୋଲି ସେ କହିଛନ୍ତି।

Share